ପ୍ରଫେସର ନ‌ରେନ୍ଦ୍ର ନାଥ ମିଶ୍ର ସ୍ମୃତି ସଂଧ୍ୟା

ଭୁବନେଶ୍ବର: ନରେନ୍ଦ୍ର ନାଥ ମିଶ୍ର ସ୍ମୃତି ସଂସଦ ପକ୍ଷରୁ ପ୍ରଫେସର୍‌ ନରେନ୍ଦ୍ର ନାଥ ମିଶ୍ରଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ମୃତି ସଂଧ୍ୟା ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ସାତକୋଡ଼ି ହୋତା ଓ ବିଶିଷ୍ଟ ଅତିଥି ଭାବେ ଆଚାର୍ଯ୍ୟ ଭାବାନନ୍ଦ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ‘ଆଧୁନିକ କାବ୍ୟଧାରାକୁ ନରେନ୍ଦ୍ରନାଥ ମିଶ୍ରଙ୍କ ଅବଦାନ’ ସମ୍ପର୍କିତ ସ୍ମାରକୀ ବକ୍ତୃତାରେ ଆଲୋଚକ ଭାବେ ପ୍ରଫେସର୍‌ ବାଉରୀବନ୍ଧୁ କର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ‘ସୃଜନ’ ପ୍ରକାଶନୀ ପକ୍ଷରୁ ‘ନରେନ୍ଦ୍ରନାଥ ମିଶ୍ର ପ୍ରବନ୍ଧ ଚୟନ ୧ମ ଭାଗ’ ଲୋକାର୍ପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ମୃତି ସଂସଦର ଆବାହକ ବସନ୍ତ କୁମାର ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ‘ସୃଜନ’ର ପ୍ରକାଶକ ସୁଧୀର ମଉଡ଼ମଣି ଧନ୍ୟବାଦ ଦେଇଥିଲେ। ସଂଘମିତ୍ରା ଭଞ୍ଜ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର