ଭୁବନେଶ୍ବର: ଶିକ୍ଷାପ୍ରାପ୍ତ କରିବା ସମସ୍ତଙ୍କର ଅଧିକାର। କିନ୍ତୁ ଆମେ ଯେଉଁ ସମାଜରେ ରହୁଛେ, ସେଠାରେ ଅନେକ ଅସମାନତା ରହିଛି। ଧନାଢ଼୍ୟ, ବଦାନ୍ୟ ତଥା ଓଡ଼ିଶା ବାହାରେ ରହୁଥିବା ବ୍ୟକ୍ତିମାନେ ମଝିରେ ମଝିରେ ଓଡ଼ିଶା ଆସି ଯଦି କିଛି କିଛି ବିଦ୍ୟାର୍ଥୀଙ୍କୁ ଆର୍ଥିକ ସହାୟତା ଯୋଗାନ୍ତେ, ତେବେ ସମାଜରୁ ଏହି ଅସମାନତା ଦୂର ହୋଇପାରନ୍ତା। ନରେନ୍ଦ୍ର ପ୍ରସାଦ ଦାସ ମେମୋରିଆଲ୍ ଟ୍ରଷ୍ଟ୍ ପକ୍ଷରୁ ଆଜି ଆୟୋଜିତ ଦ୍ବିତୀୟ ନରେନ୍ଦ୍ର ପ୍ରସାଦ ଦାସ ସ୍ମୃତି ସମ୍ମାନ-୨୦୨୫ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ।
‘ସମ୍ବାଦ ଭବନ’ ପରିସରରେ ଅନୁଷ୍ଠିତ ଏହି ସମ୍ମାନ ସମାରୋହରେ ଦଶମ ପରୀକ୍ଷାରେ ୫୮୩ ନମ୍ବର ରଖି ସାରା ଓଡ଼ିଶାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ସ୍ବୟଂପ୍ରକାଶ ସାହୁ ଓ ୫୬୫ ନମ୍ବର ରଖି ଏ୧ ଗ୍ରେଡ୍ ପାଇଥିବା ଅବିନାଶ ଦାଶଙ୍କୁ ସମ୍ମାନିତ କରାଯାଇଛି। ସ୍ବୟଂଙ୍କୁ ୪୦ ହଜାର ଓ ଅବିନାଶଙ୍କୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଯାହାକି ସେମାନଙ୍କ ଟ୍ୟୁସନ ଫି, ପୁସ୍ତକ ଓ ଆଇଆଇଟି କୋଚିଂରେ ବ୍ୟୟ କରାଯିବ। ଟ୍ରଷ୍ଟର ମୁଖ୍ୟ ବିଶ୍ବଜିତ ଦାସ ଏହି ଅବସରରେ କହିଛନ୍ତି, କିଛି ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କୁ ଆଗକୁ ପଢ଼ିବାରେ ସାହାଯ୍ୟ କରି ଏକ ଉଜ୍ଜ୍ବଳ ଭବିଷ୍ୟତ ଗଠନରେ ଯୋଗଦାନ ଦେବାକୁ ଆମେ ପ୍ରଚେଷ୍ଟା ଆରମ୍ଭ କରିଛୁ। ଏହି ପ୍ରଚେଷ୍ଟା ଆଗକୁ ଯେମିତି ଅଧିକ ପ୍ରଭାବଶାଳୀ ହେବ ସେ ନେଇ ଆମେ ପ୍ରୟାସ କରିବୁ। ଏହା ମୋ ବାବାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦିଆଯାଉଥିବା ପ୍ରତିଭା, ପରିଶ୍ରମ ଓ ସ୍ବପ୍ନର ଉଡ଼ାଣ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମକୁ ଶ୍ରୀ ଦାସଙ୍କ କନ୍ୟା ନିରାଲି ଦାସ ସଂଯୋଜନା କରିଥିଲେ।
ନରେନ୍ଦ୍ର ପ୍ରସାଦ ଦାସ ସ୍ମୃତି ସମ୍ମାନ: ସ୍ବୟଂ ଓ ଅବିନାଶ ପୁରସ୍କୃତ
ଶିକ୍ଷାପ୍ରାପ୍ତ କରିବା ସମସ୍ତଙ୍କର ଅଧିକାର। କିନ୍ତୁ ଆମେ ଯେଉଁ ସମାଜରେ ରହୁଛେ, ସେଠାରେ ଅନେକ ଅସମାନତା ରହିଛି। ଧନାଢ଼୍ୟ, ବଦାନ୍ୟ ତଥା ଓଡ଼ିଶା ବାହାରେ ରହୁଥିବା ବ୍ୟକ୍ତିମାନେ ମଝିରେ ମଝିରେ ଓଡ଼ିଶା ଆସି ଯଦି କିଛି କିଛି ବିଦ୍ୟାର୍ଥୀଙ୍କୁ ଆର୍ଥିକ...
/sambad/media/media_files/2025/07/22/award-2025-07-22-07-18-48.jpg)