ଭୁବନେଶ୍ୱର : ପୁଅଟିଏ ହେଲା ଦିନ ତାଙ୍କ ପରିବାରରେ ହସଖୁସିର ଲହରୀ ଖେଳିଯାଇଥିଲା। ବାପା ହେବାର ଗୌରବ କଥା ସେ କେତେ କାହାକୁ ଛାତି ବାଡ଼େଇ କହି ବୁଲି ନଥିଲେ। ହେଲେ ଗେଲ ବସରରେ ବଢ଼େଇଥିବା ପୁଅଟା ଯେ ତାଙ୍କୁ ଏମିତି ହିନିମାନ କରିବ ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ଯୋଉ ମା’ ତା ପାଇଁ ଦଶମାସ ଦଶଦିନର ଯନ୍ତ୍ରଣାକୁ ହସି ହସି ସହିଗଲା, ଶେଷରେ ସେଇ ମା’ର ମଲା ମୁହଁରେ ମାହାର୍ଦ ପାଣି ଦେବାକୁ ବି ପୁଅକୁ ସମୟ ଅଣ୍ଟିଲାନି। ସ୍ତ୍ରୀ ଏତେ ନିଜର ହେଇଗଲା ଯେ ବୁଢ଼ା ବାପାର ଯନ୍ତ୍ରଣା ବି ପୁଅକୁ ଦିଶିଲାନି। ସତରେ ଏମିତିକା ପୁଅକୁ ଜନ୍ମଦେବା ଆଗରୁ ବାଞ୍ଝ ହୋଇଯିବା ଭଲ ନୁହେଁ ତ ଆଉ କ’ଣ? ଏହିଭଳି ଏକ ସମସାମୟିକ କଥାବସ୍ତୁର ନାଟ୍ୟରୂପ ଦେଖିବାକୁ ମିଳିଥିଲା ସ୍ଥାନୀୟ ଭଂଜ କଳାମଣ୍ଡପରେ। ସମତାର ସ୍ୱର ସବୁଜ ଆନୁକୂଲ୍ୟରେ ଆୟୋଜିତ ୨ ଦିନିଆ ନାଟ୍ୟ ଆନ୍ଦୋଳନର ଉଦ୍ଯାପନୀ ପର୍ବରେ ମଂଚସ୍ଥ ନାଟକ ‘ବାଞ୍ଝ’ରେ ଦର୍ଶକେ ସାଉଁଟିଥିଲେ ଆଜିକାଲିକା ବ୍ୟବସ୍ଥିତ ସମାଜର କରୁଣ କାହାଣୀଟିଏ। କେକେ ନିଜର ଏକକ ଅଭିନୟରେ ଦର୍ଶକଙ୍କୁ ଚମତ୍କତ କରିଥିଲେ। ଏହାର ରଚନା ସହ ନିର୍ଦେଶନା ଦେଇଥିଲେ ପ୍ରଜ୍ଞାରଂଜନ ଖଟୁଆ। ନିର୍ଦେଶନାରେ ସହଯୋଗ କରିଥିଲେ ସ୍ୱରୂପ। ଏହି ଅବସରରେ ଗୀତିକାର ପଞ୍ଚାନନ ନାୟକ, ନାଟ୍ୟ ନିର୍ଦେଶକ ହରେନ୍ ସାହୁ, ନାଟ୍ୟକାର ନବୀନ ପରିଡ଼ା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
କୁଳାଙ୍ଗାର ଦାୟାଦ ଅପେକ୍ଷା ବାଞ୍ଝ ହେବା ଭଲ
ନାଟକ ‘ବାଞ୍ଝ’
/sambad/media/post_attachments/wp-content/uploads/2017/10/natak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)