ପଥପ୍ରାନ୍ତ ନାଟକରେ ମାନବ ଚାଲାଣ ସଚେତନତା

ଖଣ୍ଡଗିରି : ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍‌ସ ଫୋରମ୍‌ର ‘ଉଜାଲା ପ୍ରକଳ୍ପ’ ପକ୍ଷରୁ ଆଜି ଜଟଣୀ ଥାନା ଯାଁଳା ପଞ୍ଚାୟତରେ ମାନବ ଚାଲାଣକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ପଞ୍ଚାୟତର ଦକ୍ଷିଣ ମୁଣ୍ଡମୁହାଁଣ ଗାଁରେ ପ୍ରକଳ୍ପ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ବିଶେଷକରି ମହିଳା ଓ ଶିଶୁ ଚାଲାଣ ଉପରେ ଆଧାରିତ ଏହି ନାଟକ ଲୋକଙ୍କ ମନକୁ ଛୁଇଁଥିଲା। ଫୋର୍‌ମର ମହିଳା କଳାକାରମାନଙ୍କ ଦ୍ୱାରା ଏହି ନାଟକଟି ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ଯାଁଳା ସରପଞ୍ଚ ପ୍ରଦୋଷ କୁମାର ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ଯାଁଳା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହଚାର୍ଯ୍ୟ ଓ ପିପୁଲ୍‌ସ ଫୋର୍‌ମର ଅଧିକାରୀ ଅମୃତ କୁମାର ପୃଷ୍ଟି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର