ସବୁଜ ନାଟ୍ୟ ସଂସ୍ଥାର ନାଟକ : ଆଧ୍ୟାତ୍ମିକତା ଅସ୍ତ୍ରରେ ନିଃଶବ୍ଦ ସମର

ଭୁବନେଶ୍ୱର : ଆଧ୍ୟାତ୍ମିକତା ଏକ ଏମିତି ଅସ୍ତ୍ର, ଯେଉଁ ଅସ୍ତ୍ରରେ ଅଶାନ୍ତି ଉପରେ ବିଜୟ ପ୍ରାପ୍ତ କରିହୁଏ। ଆଜି ଘଟଣା ପ୍ରବାହରେ ମଣିଷ ମଧ୍ୟରେ ହିଂସା ଓ ବିଦ୍ୱେଷ ଲାଗି ରହିଥିବା ବେଳେ ଆଧ୍ୟାତ୍ମିକତାର ମୂଲ୍ୟବୋଧକୁ ଉପଲବ୍ଧି କରିବାର ବାର୍ତା ଦେଇଛି ନାଟକ ‘ନିଃଶବ୍ଦ ସମର’। ଆଜି ସବୁଜ ନାଟ୍ୟ ସଂସ୍ଥା ପକ୍ଷରୁ ଭଂଜ କଳା ମଣ୍ଡପରେ ଆୟୋଜିତ ୨ ଦିନିଆ ନାଟ୍ୟ ଉତ୍ସବରେ ଆଜି ମଂଚସ୍ଥ ନାଟକ କେବଳ ଉପଭୋଗ୍ୟ ହୋଇନଥିଲା। ବରଂ ସମାଜକୁ ଆଧ୍ୟାତ୍ମିକତାର ମୂଲ୍ୟବୋଧ ବାବଦରେ ବଳିଷ୍ଠ ବାର୍ତା ଦେଇଥିଲା। ସୀମନ୍ତ ମହାନ୍ତି ନାଟକର ରଚନା ସହ ନିର୍ଦେଶନା ଦେଇଥିଲେ। ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର ଏବଂ ବୈକୁଣ୍ଠନାଥ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର