ବନ ବିଭାଗ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ‘କାଳ ପୁରୁଷ’ ମଞ୍ଚସ୍ଥ

ଭୁବନେଶ୍ୱର : ବନ ବିଭାଗ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପରେ ଏହାର ୨୩ ତମ ସାରସ୍ୱତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ନାଟକ ‘କାଳ ପୁରୁଷ’ ମଞ୍ଚସ୍ଥ ହୋଇଥିଲା। ନାଟକ ମଞ୍ଚସ୍ଥ ପୂର୍ବରୁ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଚଳଚ୍ଚିତ୍ର ଅଭିନେତା ତଥା ରାଜନେତା ପ୍ରଶାନ୍ତ ନନ୍ଦ ଯୋଗ ଦେଇଥିଲେ। ଏହି ଅବସରରେ କର୍ତବ୍ୟରତ ଅବସ୍ଥାରେ ହାତୀ ଆକ୍ରମଣରେ ମୃତ ବନ କର୍ମଚାରୀଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ମୁଖପତ୍ର ବନଶ୍ରୀ ଓ ପ୍ରଭାତ ମହାନ୍ତିଙ୍କ ଲିଖିତ ନାଟକ ‘ପାପ ପୃଥିବୀ’ ଲୋକାର୍ପିତ ହୋଇଥିଲା। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁବାସ ଚନ୍ଦ୍ର ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର ଉପସଭାପତି ପ୍ରଭାତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଶ୍ୟାମାନୁଜ ମହାନ୍ତି, ଆଲୋକପ୍ରଭା ଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା। ସମ୍ପାଦକ ରବି ନାରାୟଣ ଆରୁଖ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର