୧୮ରେ ମଞ୍ଚସ୍ଥ ହେବ ନାଟକ ‘ମାଟି କଣ୍ଢେଇ’

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ରିକ୍ରିଏସନ କ୍ଲବ ଦ୍ୱାରା ୪୯ତମ ନାଟକ ‘ମାଟି କଣ୍ଢେଇ’ ଆସନ୍ତା ୧୮ ଓ ୧୯ତାରିଖ ସଂଧ୍ୟାରେ ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହେବ। ମନୋଜ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ନାଟକରେ କାହାଣୀ ରଚନା କରିଛନ୍ତି ସୁଧାଂଶୁ ନାୟକ। ବିନୟ ଦାସ ସଂଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ବ୍ରଜ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ନାଟକରେ ବିବେକାନନ୍ଦ ମିଶ୍ର, ସନ୍ତୋଷ ମହାନ୍ତି, ଶୁଭକାନ୍ତ ପାଢ଼ୀ, କେଦାର ରାଉତ, ଅରୁଣ ସାହୁ, ରବି ନାରାୟଣ ସାହୁ, ଯୋଗେନ୍ଦ୍ର ପ୍ରଧାନ, ଅକ୍ଷୟ ସ୍ୱାଇଁ, ଲକ୍ଷ୍ମୀଧର ରଥ, ପ୍ରମୋଦ ମିଶ୍ର, ଅଞ୍ଜଳୀ ପଣ୍ଡା, ବେବି ମଣ୍ଡଳ ଏବଂ ଲକ୍ଷ୍ମୀପ୍ରିୟା ସେନାପତି ଅଭିନୟ କରିବେ। ଏହି ନାଟକ ଦେଖିବା ପାଇଁ ବହୁ ସଂଖ୍ୟାରେ ଉପସ୍ଥିତ ରହିବାକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର