ଭୁବନେଶ୍ୱର : ଆଜିର ଏହି ଅତ୍ୟାଧୁନିକ ଯୁଗରେ ମଣିଷ ଗୋଟିଏ କ୍ଲିକ୍ରେ ନିଜ ବନ୍ଧୁ ପରିଜନଙ୍କୁ ଦେଖି ଶୁଣି ପାରୁଥିବା ବେଳେ ଚିଠି ପଢ଼ିବାର ଅଭ୍ୟାସ କାହାର ବି ଆଉ ନାହିଁ। କିନ୍ତୁ ସେହି ଚିଠିର ଗୁରୁତ୍ୱକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଥିଲା ରୋଚକ ନାଟକ ‘ଚିଠି’। ‘ଚିଠି’ ଯେ କେବଳ କାଗଜର ଟୁକୁଡ଼ା ନୁହେଁ, ଏହା ସମ୍ପର୍କର ମହାମିଳନ ଏହା ଦର୍ଶାଯାଇଛି ନାଟକରେ। ‘ଉତ୍ତର ପୁରୁଷ ନାଟ୍ୟସଂସ୍ଥା’ ପକ୍ଷରୁ ଆୟୋଜିତ ‘ନାଟକ ପରିକ୍ରମା’ର ଦ୍ୱିତୀୟ ସନ୍ଧ୍ୟା ଏହି ନାଟକ ଭେଟି ଦେଇଥିଲା ନାଟ୍ୟପ୍ରେମୀଙ୍କୁ। ନାଟକର ରଚନା ଚିନ୍ମୟୀ ଷଡ଼ଙ୍ଗୀ କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଅଭିନ୍ନ ରାଉତରାୟ। କୀର୍ତ୍ତି ମହାନ୍ତି, ମାମା ସାମଲ୍, ସ୍ୱାତୀ ଲିପ୍ସା, ସିମ୍ରନ୍, ମାନୁ ପଟ୍ଟନାୟକ ପ୍ରମୁଖ ଅଭିନୟରେ ପ୍ରମୁଖ ଭୂମିକା ନେଇଥିଲେ। ଆଜିର ସନ୍ଧ୍ୟାରେ ଅତିଥି ଭାବେ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ପ୍ରମୁଖ ଯୋଗ ଦେଇଥିଲେ।
ଉତ୍ତର ପୁରୁଷ ‘ନାଟକ ପରିକ୍ରମା’ର ଦ୍ୱିତୀୟ ସନ୍ଧ୍ୟା : ‘ଚିଠି’ ସମ୍ପର୍କର ମହାମିଳନ
/sambad/media/post_attachments/wp-content/uploads/2018/04/natak-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)