ନଈର ନାଁ ସୁନା କନିଆ

ଭୁବନେଶ୍ବର : ଜଳସେଚନ ସାଂସ୍କୃତିକ ପରିଷଦର ନବମ ବାର୍ଷିକ ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପରିଷଦର କଳାକାରଙ୍କ ଦ୍ବାରା ନାଟକ ‘ନଈର ନାଁ ସୁନା କନିଆ, ଘାଟର ନାଁ ରୂପା’ ମଂଚସ୍ଥ ହୋଇଛି। ଏକ ମୌଳିକ କାହାଣୀକୁ ନାଟକ ଜରିଆରେ ଭେଟିଦେଇ କଳାକାରମାନେ ଶେ‌ଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।

ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଅକ୍ଷୟ କୁମାର ବାନାର୍ଜୀ ମୁଖ୍ୟ ଅତିଥି, ସର୍ବୋଚ୍ଚ ଯନ୍ତ୍ରୀ ଗୁଣଧର ମିଶ୍ର ମୁଖ୍ୟବକ୍ତା, କୃଷ୍ଣଗୋପାଳ ବେହେରା ଏବଂ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସଭାପତି ଜ୍ଞାନେନ୍ଦ୍ର ନାଥ ପଟ୍ଟନାୟକ ଏବଂ ସାଧାରଣ ସମ୍ପାଦକ ସୌମ୍ୟରଂଜନ ମହାନ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ପରିଷଦର ସ୍ମରଣିକା ‘ଜଲ୍‌ସା-୨୦୧୮’ ଉନ୍ମୋଚିତ ହୋଇଥିଲା। ଆସନ୍ତାକାଲି ମଧ୍ୟ ଏହି ନାଟକ ପରିବେଷିତ ହେବା ସହ ପୁରସ୍କାର ବିତରଣ କରାଯିବ।

ସମ୍ବନ୍ଧିତ ଖବର