ପ୍ରଦର୍ଶିତ ହେଲା ନାଟକ ‘ଖାରବେଳ’ଶିଶୁପାଳଗଡ଼ ମହୋତ୍ସବ ଉଦ୍‌ଯାପିତ

ପୁରୁଣା ଭୁବନେଶ୍ୱର: କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ଶିଶୁପାଳଗଡ଼ ଦଶହରା ପଡ଼ିଆରେ ଚାଲିଥିବା ଶିଶୁପାଳଗଡ଼ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଆ ଧାରାବାହିକର ଅଭିନେତା,ଅଭିନେତ୍ରୀମାନଙ୍କ ଦ୍ୱାରା ନାଟକ ‘ଖାରବେଳ’ ପରିବେଷଣ କରାଯାଇଥିଲା। ସେହିପରି ପୁରୀର ଫ୍ୟାଟ୍‌ ଫାଇଟର୍ କଳାକାରମାନଙ୍କ ଦ୍ୱାରା ମଲଖମ୍ବ କଳା ପ୍ରଦର୍ଶନ କରାଯାଇଥିଲା। କଣ୍ଠଶିଳ୍ପୀ ପ୍ରଭୁପଦଙ୍କ ସଂଗୀତ, ଅଭିନେତ୍ରୀ ଅର୍ଚ୍ଚିତାଙ୍କ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲା । କାର୍ଯ୍ୟକ୍ରମକୁ ଏଲି ପାଢୀ, ସଞ୍ଜୀବ ଏବଂ ଶୁଭମ ସଂଯୋଜନା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ନିୟୁଜ୍ ୭ର ସଂପାଦକ ଅର୍ଦ୍ଧେନ୍ଦୁ ଦାସ, ଧନ୍ଦାମୂଳକ ଶିକ୍ଷା କେନ୍ଦ୍ରର ଯୁଗ୍ମ ନିର୍ଦେଶକ ଡ. ହରିହର କାନୁନଗୋ, ଓଡ଼ିଆ ଧାରାବାହିକ ‘ଦୁର୍ଗା’ର ନିର୍ଦେଶକ ମହେଶ ହାଜରା, ଅନୁଷ୍ଠାନର ସମ୍ପାଦକ ଚିତ୍ତ ରଞ୍ଜନ ମହାନ୍ତି, ରବୀନ୍ଦ୍ର ପାତ୍ର, ସୁବାସ ସୁନ୍ଦରାୟ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର