ଭୁବନେଶ୍ୱର: ଭାରତୀୟ ତୈଳ ନିଗମ ଲିମିଟେଡ୍ (ଦକ୍ଷିଣପୂର୍ବ କ୍ଷେତ୍ର ପାଇପ ଲାଇନ୍ସ, ଭୁବନେଶ୍ୱର) ସହାୟତାରେ ‘ସଂଯୋଗ’ ନାଟ୍ୟାନୁଷ୍ଠାନ ପକ୍ଷରୁ ‘ଭିଜିଲାନ୍ସ ସପ୍ତାହ’ ପାଳନ ଅବସରରେ ପଥପ୍ରାନ୍ତ ନାଟକ ‘ଚା-ପାନି’ ପ୍ରଦର୍ଶିତ ହୋଇଛି। ଚା-ପାଣି ବା ପିସି କାରବାରର ପରିଣାମକୁ ନେଇ ମଞ୍ଚସ୍ଥ ଏହି ନାଟକ ସମାଜକୁ ଦୁର୍ନୀତିମୁକ୍ତ କରି ସୁନ୍ଦର ଦେଶଟିଏ ଗଠନ ପାଇଁ ବାର୍ତ୍ତା ଦେଇଥିଲା। ସ୍ଥାନୀୟ କଂଗ୍ରେସ ଭବନ ନିକଟରେ ମଞ୍ଚସ୍ଥ ଏହି ନାଟକର ରଚନା ଓ ନିର୍ଦ୍ଦେଶନା ‘ସଂଯୋଗ’ର ନିର୍ଦ୍ଦେଶକ ରଞ୍ଜନ ନାୟକ ଦେଇଛନ୍ତି। ଏଥିରେ ଅଭିନୟକୁ ଓହ୍ଲାଇଥିଲେ ବାପି, ସୀମାଞ୍ଜଳ, ବିଭୁ, ବୀରେନ୍, ଅଭିଳାଷ, ପ୍ରତିମା, ନିନିତା ଓ ପ୍ରିୟା।
ରାସ୍ତା ଉପରେ ପ୍ରଦର୍ଶିତ ହେଲା ନାଟକ ‘ଚା-ପାନି’
/sambad/media/post_attachments/wp-content/uploads/2017/10/m11-4.jpg)