ନ୍ୟାସନାଲ ଏକାଡେମି ଅଫ୍ ମେଡିକାଲ ସାଇନ୍ସେସ ସଦସ୍ୟ ଭାବେ ପ୍ରଫେସର ମନୋଜ ସାହୁ ମନୋନୀତ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲର ଗାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମି ଅଫ ମେଡିକାଲ ସାଇନ୍ସେସ (ଭାରତ)ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡା. ସାହୁଙ୍କ ଅତୁଳନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି। ସମ୍ମାନିତ ହେବା ପରେ ଡା. ସାହୁ କହିଛନ୍ତି, ଏହା ମୋ ପାଇଁ ଏକ ବଡ଼ ସମ୍ମାନ। ଏଥିନିମନ୍ତେ ମୁଁ ମୋର ଦାୟିତ୍ୱ ସୂଚାରୁରୂପେ ନିର୍ବାହ କରିବି ଓ ଓଡ଼ିଶାରେ ରୋଗୀ ସେବାକୁ ଆହୁରି ଉନ୍ନତ କରିବା ସହ ଗବେଷଣା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା କରିବି।

ଆଜି ନୂଆଦିଲ୍ଲୀ ଠାରେ ଏକାଡେମିର ୬୦ତମ ସମାବର୍ତ୍ତନ ଉତ୍ସବ ଅବସରରେ ଏକାଡେମିର ଅଧ୍ୟକ୍ଷ ଡା. ସରୋଜ ଚୂଡ଼ାମଣି ଗୋପାଳ ମନୋଜଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ନୀତି ଆୟୋଗର ସଦସ୍ୟ ତଥା ନ୍ୟାସନାଲ କୋଭିଡ୍‌ ଟାସ୍କ ଫୋର୍ସର ଅଧ୍ୟକ୍ଷ ଡା. ଭି. କେ ପଲ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ପୂର୍ବତନ ନିର୍ଦ୍ଦେଶକ ଡା. ନିର୍ମଳ କୁମାର ଗାଙ୍ଗୁଲିଙ୍କ ଉପସ୍ଥିତିରେ ମନୋଜଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର