ଭାସ୍କର୍ଯ୍ୟ ଶିଳ୍ପୀ ଚନ୍ଦନ ସାମଲଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର : ନିକଟରେ ନୂଆଦିଲ୍ଲୀଠାରେ ଆୟୋଜିତ ଅଲ୍‌ ଇଣ୍ଡିଆ ଫାଇନ୍‌ ଆର୍ଟ ଓ କ୍ରାଫ୍ଟ ସୋସାଇଟିର ସର୍ବଭାରତୀୟ କଳା ପ୍ରଦର୍ଶନୀରେ ଓଡ଼ିଶାରୁ ଭାସ୍କର୍ଯ୍ୟ ଶିଳ୍ପୀ ଚନ୍ଦନ କୁମାର ସାମଲଙ୍କ ‘ହ୍ଵିମେନ୍‌ ଥିଙ୍କିଙ୍ଗ୍‌’ ଶୀର୍ଷକ ଭାସ୍କର୍ଯ୍ୟ ଜାତୀୟ ପୁରସ୍କାର ପାଇଛି।

ନୂଆଦିଲ୍ଲୀର ରଫି ମାର୍ଗସ୍ଥିତ ଏଆଇଏଫ୍‌ଏସିଏସ୍‌ର ପ୍ରଦର୍ଶନୀ ଗୃହରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶ୍ରୀ ସାମଲଙ୍କୁ ଭାରତ ସରକାରଙ୍କ ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ଡ. କରଣର ସିଂ ଓ ନ୍ୟାସ୍‌ନାଲ୍‌ ମଡର୍ଣ୍ଣ ଆର୍ଟ ଗ୍ୟାଲେରିର ନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକ ନଗଦ ଅର୍ଥ ସହ ମାନପତ୍ର, ଉପଢୌକନ ଓ ଅଙ୍ଗବସ୍ତ୍ର ଦେଇି ସମ୍ମାନିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ସାମଲଙ୍କ ଦ୍ୱାରା ନିର୍ମିତ ଭାସ୍କର୍ଯ୍ୟ ବହୁୁ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରଦର୍ଶନୀରେ ପ୍ରଦର୍ଶିତ ଓ ପୁରସ୍କୃତ ହୋଇଆସିଛି। ଅଧୁନା ଶ୍ରୀ ସାମଲ ଧଉଳି ଚାରୁକଳା ମହାବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗରେ ଅଧ୍ୟାପକ ଅଛନ୍ତି।

ସମ୍ବନ୍ଧିତ ଖବର