୨୧ରୁ ରମାଦେବୀରେ ବାୟୋ-ଟେକ୍ନୋଲୋଜି ଜାତୀୟ କର୍ମଶାଳା

ଦୁଇ ଦିନରେ ଯୋଗ ଦେବେ ଦେଶ ବିଦେଶର ୨୦୦ ପ୍ରତିନିଧି

ଭୁବନେଶ୍ୱର:ନଭେମ୍ବର ୨୧ରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଜୈବ ପ୍ରଯୁକ୍ତି ବିଜ୍ଞାନ(ବାୟୋ-ଟେକ୍ନୋଲୋଜି) ଜାତୀୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସହାୟତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇ ଦିନିଆ କର୍ମଶାଳାରେ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡ. ତ୍ରିଲୋଚନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସର ନିର୍ଦ୍ଦେଶକ ଡ. ଅଜୟ କୁମାର ପରିଡ଼ା, ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀର ପ୍ରଫେସର ଏସ୍‌.ପି. ଅଧିକାରୀ, ରାଜ୍ୟ ସରକାରଙ୍କ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଉମାବଲ୍ଲଭ ମହାପାତ୍ର, ସିଫାର ଡ. ଜିତେନ୍ଦ୍ର କୁମାର ସୁନ୍ଦରାୟ, ସିଙ୍ଗାପୁରସ୍ଥିତ ଏନୟୁଏସ୍‌ର ଡ. ବିଜୟଲକ୍ଷ୍ମୀ ମହାନ୍ତି, ନୂଆଦିଲ୍ଲୀସ୍ଥିତ ଏନଆଇଆଇର ଡ. ଅମୂଲ୍ୟ କୁମାର ପଣ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟ ବାୟୋ-ଟେକ୍ନୋଲୋଜି ବିଭାଗର ଜେ. ଦଣ୍ଡପାଟ, ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରଫେସର ଏ.ବି. ଦାସ, ଡ. ଚିନ୍ମୟ ପ୍ରଧାନ ପ୍ରମୁଖ ଯୋଗ ଦେବେ ବୋଲି କର୍ମଶାଳାର ସଂଯୋଜିକ ଡ. ପୁଷ୍ପାଞ୍ଜଳି ମିଶ୍ର ସୂଚନା ଦେଇଛନ୍ତି। ଏହି କର୍ମଶାଳାରେ ଫସଲରେ ବିଭିନ୍ନ କୃଷି ଜନିତ ବୈଷୟିକ ଉନ୍ନତି ବାବଦରେ ଆଲୋଚନା କରାଯିବ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର କର୍ମଶାଳାର ମୁଖ୍ୟ ପାଟର୍ନ ରହିଛନ୍ତି।

ସମ୍ବନ୍ଧିତ ଖବର