ଚନ୍ଦ୍ରଶେଖରପୁର: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ସଂସ୍ଥା (ଆଇସିଏଆଇ)ର ବୋର୍ଡ ଅଫ୍ ଷ୍ଟଡିଜ୍ (ଅପରେସନ୍‌ସ) ଓ ଆଇସିଏମ୍‌ଆଇର ପୂର୍ବ ଭାରତ ଅଞ୍ଚଳ ପରିଷଦର ଭୁବନେଶ୍ୱର ଶାଖା ମିଳିତ ଆୟୋଜନରେ ଦୁଇଦିନିଆ ଜାତୀୟ ସିଏ ଛାତ୍ର ସମ୍ମିଳନୀ ମଞ୍ଚେଶ୍ବର ରେଲୱେ ଅଡିଟୋରିୟମରେ ଉଦ୍‌ଘାଟିତ ହୋଇଯାଇଛି। ‘ଆର୍‌ଏଆଇଡି’ ବିଷୟଭିତ୍ତିକ ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସିଏ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଉଦ୍‌ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସିଏ ଶିକ୍ଷାପ୍ରତି ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଅନ୍ୟତମ ଅତିଥି ଭାବେ ଦୀପକ କୁମାର କେଡ଼ିଆ, ପ୍ରଶାନ୍ତ ପଣ୍ଡା ଯୋଗଦେଇ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାରେ ସଂଜୀବ ସାଂଘୀ, ମହେନ୍ଦ୍ର କୁମାର ସାହୁ, ସୌମ୍ୟ ସୁନିଲ ସାହୁ, ସତ୍ୟପ୍ରକାଶ ସେନା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଭିସି ଗୌତମ ଲେଙ୍କା, ଗଗନ ବିହାରୀ ଦାସ, ପ୍ରଣବ କିଶୋର ଦାସ, ଶାଶ୍ୱତ ତ୍ରିପାଠୀ, ଇଆଇସିଏଏସ୍‌ଏ ଦଳର ଆର୍ଚି ଅଗରୱାଲ, ସିଲୁ ପ୍ରଧାନ, ସତ୍ୟପ୍ରକାଶ ଚିନାରା ଓ ପ୍ରବୀଣ ବାରା ବିବରଣୀ ପାଠ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisment