ଡିଏସ୍‌ବିଏମ୍‌ ପକ୍ଷରୁ ଜାତୀୟସ୍ତରୀୟ ଆଲୋଚନାଚକ୍ର

ଭୁବନେଶ୍ୱର: ୟୁନିଟ୍-୮ ସ୍ଥିତ ଡିଏଭି ସ୍କୁଲ ଅଫ୍ ବିଜନେସ୍‌‌ ମ୍ୟାନେଜ୍‌ମେଣ୍ଟ ଓ ଇଣ୍ଡିଆନ୍‌ ଆକାଉଣ୍ଟିଂ ଆସୋସିଏସନ୍‌ ଭୁବନେଶ୍ବର ଶାଖାର ମିଳିତ ସହଯୋଗରେ ‘ଏକବିଂଶ ଶତାବ୍ଦୀର କର୍ପୋରେଟ୍ ରିପୋର୍ଟିଂର ଉଦୀୟମାନ ପରିଣାମ’ ଶୀର୍ଷକ ଏକ ଜାତୀୟ ‌ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଅଧିବେଶନରେ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ କର୍ପୋରେଟ୍ ରିପୋର୍ଟିଂର ବ୍ୟାବହାରିକ ଜ୍ଞାନ ବିଷୟରେ ଆଲୋକପାତ କରିବା ସହିତ ଏହାର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥିଭାବେ କୋଲକାତା ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରଫେସର୍ ଆଶିଷ କୁମାର ସାନା, ଇଣ୍ଡିଆନ୍‌ ଆକାଉଣ୍ଟିଂ ଆସୋସିଏସନ ଭୁବନେଶ୍ବର ଶାଖାର ସାଧାରଣ ସମ୍ପାଦକ ଆର.କେ ସ୍ବାଇଁ, ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କେ.ସି ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଏକ ସ୍ବତନ୍ତ୍ର ସ୍ମରଣିକା ଲୋକାର୍ପିତ ହୋଇଥିଲା। ଭୁବନେଶ୍ୱର ଶାଖା ସଭାପତି ପ୍ରଫେସର ଆର.କେ ବଳ ସ୍ବାଗତ ଭାଷଣ ଦେଇଥିଲେ। ପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର୍ ପି.କେ ହୋତା, କୋଲକାତା ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରଫେସର ସାନା, ନାଲ୍‌କୋର ଗ୍ରୁପ୍ ଜେନେରାଲ ମ୍ୟାନେଜର (ଅର୍ଥ ବିଭାଗ) ବି.କେ ଦାଶ, ନିରନ୍‌ ଆଣ୍ଡ କୋ.ର ପାର୍ଟନର ନିରଞ୍ଜନ ମିଶ୍ର ପ୍ୟାନେଲିଷ୍ଟ୍‌ ଭାବେ ଯୋଗଦେଇଥିଲେ। ସମଗ୍ର ଆଲୋଚନାଚକ୍ରକୁ ପ୍ରଫେସର ଡି.ଭି ରମଣା ପରିଚାଳନା କରିଥିଲେ। ଉଦ୍‌ଯାପନୀ ଅଧିବେଶନରେ ଇଣ୍ଡିଆନ୍ ଆକାଉଣ୍ଟିଂ ଆସୋସିଏସନ୍‌ର ସଭାପତି ପ୍ରଫେସର ଯଶରାଜ ବୋହରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ମଦନ ମୋହନ ପଣ୍ଡା ଓ ଅଧ୍ୟକ୍ଷ ଡି.ଏନ୍ ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଅନୁଷ୍ଠାନର ବାଣିଜ୍ୟ ବିଭାଗର ସହାୟକ ପ୍ରଫେସର ସମିରନ ମିଶ୍ର ଓ ମୁନା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର