ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦର ଜାତୀୟ ପାଠଚକ୍ର

ଭୁବନେଶ୍ବର: ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ ଅଷ୍ଟମ ଜାତୀୟ ପାଠଚକ୍ର ଓ ପୁସ୍ତକ ଲୋକାର୍ପଣ ଉତ୍ସବ ସୋମବାର ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ‘ପ୍ରତ୍ନତତ୍ତ୍ବ ଶ୍ରୀଜଗନ୍ନାଥ’ ଶୀର୍ଷକ ଆଲୋଚନାଚକ୍ରକୁ ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର୍‌ ଗୋପାଳକୃଷ୍ଣ ଦାଶ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଫେସର ରାଧାମାଧବ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସାରଙ୍ଗଧର ରାୟଗୁରୁ ଯୋଗଦେଇ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ। ଧ୍ରୁବଚରଣ ନାୟକ ଅନ୍ୟତମ ଅତିଥି ଭାବେ ଯୋ‌ଗ ଦେଇଥିଲେ। ପ୍ରଫେସର ନିତ୍ୟାନନ୍ଦ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପରିଷଦର ସାଧାରଣ ସମ୍ପାଦକ ମଥୁରେନ୍ଦ୍ର ପୃଷ୍ଟି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ପରିଷଦର ସାଧାରଣ ସମ୍ପାଦକ ମଥୁରେନ୍ଦ୍ର ପୃଷ୍ଟିଙ୍କ ସମ୍ପାଦିତ ୨ଟି ପୁସ୍ତକ ‘ଓଡ଼ିଶା ତନ୍ତ୍ର ପରମ୍ପରା ଓ ତନ୍ତ୍ର‌ାୟିତ ଶ୍ରୀଜଗନ୍ନାଥ’ ଓ ‘ଶ୍ରୀଜଗନ୍ନାଥ ଚେତନାରେ ସମନ୍ବୟୀ ଉପାସନା’ ତଥା ଶ୍ରୀ ପୃଷ୍ଟିଙ୍କ ରଚିତ ପୁସ୍ତକ ‘ବାଇଶି ପାହାଚ ଏକ ତାତ୍ତ୍ବିକ ଅନୁଶୀଳନ’ ଉନ୍ମୋଚିତ ହୋଇଥିଲା। ଏଥିସହ ପ୍ରଫେସର୍‌ ଧ୍ରୁବଚରଣ ନାୟକଙ୍କ ପୁସ୍ତକ ‘ମହାପ୍ରଭୁଙ୍କ ଦିଗପହଣ୍ଡି’ ଓ ‘ଆହେ ପ୍ରଭୁ ଦାରୁଗୋସାଇଁ’, ସାରଙ୍ଗଧର ରାୟଗୁରୁଙ୍କ ‘ପ୍ରତ୍ନପ୍ରତିମା ପ୍ରଛାୟାରେ ଶ୍ରୀଜଗନ୍ନାଥ ଚେତନା ଚିତ୍ରକଳ୍ପ’ ଓ ‘ଭାସ୍ବର ଭାରତରେ ଭାସ୍କର ସଂସ୍କୃତି’, ପ୍ରାଧ୍ୟାପକ ଧରଣୀଧର ନାୟକଙ୍କ ‘ଧରଣୀଧର ନାୟକଙ୍କ ରଚନାବଳୀ (ପ୍ରଥମ ଭାଗ)’ ଓ ‘ଶାଶ୍ବତ ପ୍ରବନ୍ଧ ଓ ପତ୍ରାବଳୀ’ ସମେତ ପ୍ରତିଭାରାଣୀ ମିଶ୍ରଙ୍କ ଦୁଇଟି ପୁସ୍ତକ ‘ଶ୍ରୀମଦ୍‌ ଭ‌ଗବତ ଗୀତାର ଦ୍ବାଦଶ ଅଧ୍ୟାୟ ସମୀକ୍ଷା’ ଓ କରୋନା ସମ୍ପର୍କିତ ଏକ କବିତା ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ଓ ସ୍ନେହ ମିଶ୍ର ସଂଯୋଜନା କରିଥିଲେ। ଉପସଭାପତି ରାଧାଶ୍ୟାମ ପାତ୍ର ଧନ୍ୟବାଦ ଦେଇଥିଲେ।

ପ୍ରଫେସର ନିତ୍ୟାନନ୍ଦ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଅପରାହ୍‌ଣ ଅଧିବେଶନରେ ସାରଙ୍ଗଧର ରାୟଗୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇ ଆସିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପ୍ରଫେସର ଧରଣୀଧର ନାୟକ ଯୋଗ ଦେଇଥି‌ଲେ। କାର୍ଯ୍ୟକ୍ରମକୁ ଉପସଭାପତି ଭାସ୍କର ମିଶ୍ର ସଂଯୋଜନା କରିଥିଲେ। ଉପସଭାପତି ରାଧାଶ୍ୟାମ ପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର