ସରିଲା ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବରଙ୍ଗ’ : ଶେଷ ସଂଧ୍ୟାରେ ‘ସୂରଜ କା ସାତୱାଁ ଘୋଡ଼ା’

ଭୁବନେଶ୍ବର : ସମାଜରେ ପ୍ରଚଳିତ ଜାତିଗତ ଭେଦଭାବ, ଯୌତୁକ ପ୍ରଥା, ସାମାଜିକ ଚାଲିଚଳଣ ଓ ସ୍ତ୍ରୀ ଜାତି ପ୍ରତି ହେଉଥିବା ଉପେକ୍ଷାପୂର୍ଣ୍ଣ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ସମାଜର ବଡ଼ପଣ୍ଡାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା ନାଟକର କାହାଣୀ। ପଦ୍ମଶ୍ରୀ ଧର୍ମବୀର ଭାରତୀଙ୍କ ଏହି ନାଟକର କାହାଣୀ ୭ଟି ସାମାଜିକ ଗଳ୍ପର ସମାରୋହ ଥିଲା। ନୂଆଦିଲ୍ଲୀସ୍ଥିତ ‘ୟୁନିକର୍ନ ଆକ୍ଟର୍ସ ଷ୍ଟୁଡିଓ’ ପକ୍ଷରୁ ପରିବେଷିତ ହୋଇଥିଲା ଆଜିର ଏହି ନାଟକ ‘ସୁରଜ କା ସାତୱାଁ ଘୋଡ଼ା’। ଏଥିସହ ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବରଙ୍ଗ’ର ପରଦା ନଇଁଥିଲା।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ କୋଲକାତାସ୍ଥିତ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଓଡ଼ିଶା ନାଟ୍ୟସଂଘର ମିଳିତ ସହଯୋଗରେ ଆୟୋଜିତ ଏହି ନାଟ୍ୟ ଉତ୍ସବର ଏହି ଶେଷ ନାଟକ ‘ସୁରଜ କା ସାତୱାଁ ଘୋଡ଼ା’ର ନିର୍ଦ୍ଦେଶନା ଦେଇଥିଲେ ହାପି ରଣଜିତ୍। ଆଜିର ସଂଧ୍ୟାରେ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ବରି‌ଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ରାମକୃଷ୍ଣ ସାହୁ ଓ ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ନାଟ୍ୟସଂଘର ସମ୍ପାଦକ ଲାଲା ବୀରେନ ରାୟ ସଭା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର