ଚନ୍ଦ୍ରଶେଖରପୁର: କିଟ୍ ଓ କିସ୍‌ର ଅନନ୍ୟ ପ୍ରୟାସ ‘କନ୍ୟାକିରଣ’ ପକ୍ଷରୁ ରବିବାର ୩୦ଟି ଜିଲ୍ଲା, ସଦର ମହକୁମା ସମେତ ୩୪ଟି ସ୍ଥାନରେ ‘ରାଷ୍ଟ୍ରୀୟ କନ୍ୟା କିରଣ ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ୟା କିରଣର ଚଳିତବର୍ଷ ବିଷୟବସ୍ତୁ ‘ମୁଁ ପଢ଼ିବି-ମୁଁ ବଢ଼ିବି’ ନେଇ ଏକ ଜାତୀୟ ଆଲୋଚନାଚକ୍ର ଭର୍ଚୁଆଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ‘ପ୍ରଜ୍ବାଳା’ର ପ୍ରତିଷ୍ଠାତା ଡ. ସୁନୀତା କ୍ରିଷ୍ଣନ୍, ‘ସମ୍ପର୍କ’ର ମୁଖ୍ୟ ତଥା ଆଇଆଇଏମ୍ ଅହମ୍ମଦାବାଦର ସହାୟକ ପ୍ରଫେସର ଡ. ସ୍ମିତା ପ୍ରେମଚାନ୍ଦର, ବିଶିଷ୍ଟ ଡେଭେଲପ୍‌ମେଣ୍ଟ ପ୍ରଫେସନାଲ୍ ସୂର୍ଯ୍ୟମଣି ରାଉଳ ଓ ଦୌଡ଼ରାଣୀ ଦୂତି ଚାନ୍ଦ ପ୍ରମୁଖ ବକ୍ତା ଭାବେ ଯୋଗଦେଇ ମହିଳା ଓ ପୁରୁଷଙ୍କ ପାଇଁ ଏକ ସମାନ ସମାଜ ଗଠନ କରିବା ଉପରେ ଆଲୋକପାତ କରିଥିଲେ। ସ୍ବାଗତ ଭାଷଣ ପ୍ରଦାନ କରି କିଟ୍ ଓ କିସ୍‌ ଏବଂ କନ୍ୟାକିରଣର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଶିକ୍ଷା ମାଧ୍ୟମରେ କନ୍ୟା ସନ୍ତାନଙ୍କ ସଶକ୍ତୀକରଣ ଓ ପ୍ରୋତ୍ସାହିତ କରିବା ତଥା ମହିଳାଙ୍କ ସୁରକ୍ଷା ଦିଗରେ ‘କନ୍ୟା କିରଣ’ ହେଉଛି କିଟ୍ ଓ କିସ୍‌ର ଏକ ଅନନ୍ୟ ପ୍ରୟାସ। କିଟ୍ କୁଳପତି ପ୍ରଫେସର୍‌ ହୃଷୀକେଶ ମହାନ୍ତି, କିସ୍ କୁଳପତି ପ୍ରଫେସର୍‌ ସସ୍ମିତାରାଣୀ ସାମନ୍ତ ଏବଂ କୁଳସଚିବ ଡ. ପିକେ ରାଉତରାୟ ପ୍ରମୁଖ ଯୋଗଦେଇ ସଶକ୍ତ ସମାଜ ଗଠନ ନିମନ୍ତେ ମହିଳା ଓ କନ୍ୟା ସନ୍ତାନଙ୍କ ସଶକ୍ତୀକରଣର ଆବଶ୍ୟକତା ରହିଛି ବୋଲି କହିଥିଲେ।

Advertisment

କିଟ୍ କୁଳସଚିବ ପ୍ରଫେସର୍‌ ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଅଭିଲିପ୍‌ସା ଭୋଳ, ସୁଶ୍ରୀ ଦିବ୍ୟଦର୍ଶିନୀ, ଯାଶୋଦା ପାଣ୍ଡେ ଓ ସରିତା କୋଲାକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତି ଜିଲ୍ଲାରେ ୨୦୨୦ ଶିକ୍ଷାବର୍ଷରେ ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଓ ସଫଳ କନ୍ୟା ସନ୍ତାନଙ୍କୁ ସମ୍ବର୍ଦ୍ଧିନା ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।