ସରିଲା ଜାତୀୟ ହସ୍ତତନ୍ତ ମେଳା: ବ୍ୟବସାୟ ‌୧୦ କୋଟି ଟପିଲା, ଶରତ, ସୁଶାନ୍ତଙ୍କୁ ବୟନ ସମ୍ମାନ

ଭୁବ‌ନେଶ୍ବର: ଶେଷ ହୋଇଛି ଜାତୀୟ ହସ୍ତତନ୍ତ ମେଳା। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳାରେ ବ୍ୟବସାୟ ୧୦ କୋଟି ଅତିକ୍ରମ କରିଛି। ଆଜିର ଉଦଯାପନୀ ଉତ୍ସବରେ ‘ପ୍ରାକୃତିକ ରଙ୍ଗ ବସ୍ତ୍ର’ ବୟନ କାର୍ଯ୍ୟରେ ଉତ୍ସର୍ଗୀକୃତ ନୂଆପାଟଣା ଗ୍ରାମର ଶରତ କୁମାର ପାତ୍ର ଓ ସୁଶାନ୍ତ କୁମାର ବେହେରାଙ୍କୁ ବୟନିକା ପକ୍ଷରୁ ‘ବୟନ ସମ୍ମାନ’ ପ୍ରଦାନ କରାଯାଇଛି। ଶେଷ ସନ୍ଧ୍ୟାରେ ରାଜ୍ୟ ବାହାରର ସମସ୍ତ ଷ୍ଟଲର ଅଧିକାରୀ ଓ ମେଳା କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂଯୋଜନା କରିଥିବା ଓଡ଼ିଶା କଲଚରାଲ ସର୍କଲର ଉପାଧ୍ୟକ୍ଷ ଜେନାମଣି ସଂଜୀବ କୁମାରଙ୍କୁ ବୟନିକା ପକ୍ଷରୁ ସମ୍ମାନିତ କରାଯାଇଥିଲା। ସୂଚନା ଓ ଲୋକସମ୍ପର୍କ ନିର୍ଦେଶକ କୃ‌ପାସିନ୍ଧୁ ମିଶ୍ର, ବୟନ ଓ ହସ୍ତତନ୍ତ ନିର୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦେଶକ ଜ୍ୟୋତିପ୍ରକାଶ ଦାସ, ବୟନିକାର ସଭାପତି ଶେଷ କୁମାର ମେହେର, ସମ୍ପାଦକ ଦେବରାଜ ସାହୁ, ପ୍ରଦୀପ ଦାସ, ରଂଜନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ବର୍ଧନା ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ରାଜସ୍ଥାନ ଓ କଶ୍ମୀରର ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର