୧୬ରେ ଜାତୀୟ ହୋମିଓପ୍ୟାଥିକ ସମ୍ମିଳନୀ

ଭୁବନେଶ୍ୱର : କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଓ ଜାତୀୟ ସ୍ୱାସ୍ଥ୍ୟ ମିସନ, ଓଡ଼ିଶା ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଆନୁକୂଲ୍ୟରେ ଆସନ୍ତା ୧୬ ତାରିଖରେ ଦୁଇ ଦିନିଆ ଜାତୀୟ ହୋମିଓପ୍ୟାଥିକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ରେଳ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶର ଖ୍ୟାତାନାମା ରୁମାଟେଲୋଜିଷ୍ଟ, ଫିଜିଓଥେରାପିଷ୍ଟ, ହୋମିଓପ୍ୟାଥି ବିଶେଷଜ୍ଞମାନେ ଯୋଗଦେଇ ସନ୍ଦର୍ଭ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ସ୍ନାତ୍ତକୋତ୍ତର ମେଡିକାଲ ସାଇନ୍‌ସର ପ୍ରଫେସର ଡା. ରାମନାଥ ମିଶ୍ର, ପ୍ରଫେସର ଡା. ବିକାଶ ଅଗ୍ରଓ୍ଵାଲ, ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ପ୍ରଫେସର ଡା. ବିଦ୍ୟୁତ କୁମାର ଦାସ, ନିରତାରର ଫିଜିଓଥେରାପି ବିଭାଗର ମୁଖ୍ୟ ପ୍ରଫେସର ଡା.ପତିତପାବନ ମହାନ୍ତି, ପ୍ରାକ୍ତନ ଜାତୀୟ ହୋମିଓପ୍ୟାଥି ପ୍ରତିଷ୍ଠାନର ନିର୍ଦେଶକ ପ୍ରଫେସର ଏସ୍‌.କେ ତିଓ୍ଵାରି, ହାଇଦ୍ରାବାଦସ୍ଥିତ ଜେଏସ୍‌ପିଏସ୍‌ ହୋମିଓପ୍ୟାଥିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ପ୍ରବୀଣ କୁମାର ଓ ଅନ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର