ଜାତୀୟ ଜୁନିୟର ମଡେଲ ପ୍ରତିଯୋଗିତା, ୫ ଓଡ଼ିଆ ଝିଅ ବିଜେତା

ଭୁବନେଶ୍ବ‌ର : ଗତ ଏପ୍ରିଲ ୨୭ରୁ ୨୯ ତାରିଖରେ କେରଳରେ ଅନୁଷ୍ଠିତ ହୋଇଥିବା ଜାତୀୟ ଜୁନିୟର ମଡେଲ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଆଗକୁ ବଢ଼ିଛନ୍ତି ୫ ଓଡ଼ିଆ ଝିଅ। ଟ୍ୟାଲେଣ୍ଟ ସୋ’, ଜାତୀୟ ପୋଷାକ ଓ ମଡେଲ ୱାକ୍‌ ଆଦିକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ସାରା ଦେଶରୁ ୬୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ପ୍ରିନ୍ସ ଓ ପ୍ରିନ୍ସେସ୍‌ ବିଭାଗରେ ଶ୍ରୀବାଲି ଦାସ (୯), ପ୍ରିଟିନ୍‌ ବିଭାଗରେ ଅମିଷା ପାତ୍ର (୧୩), ଟିନ୍‌ ବିଭାଗରେ କେ.ଆର୍‌. ସନ୍ତୋଷିନୀ(୧୬), ବେଷ୍ଟ ଟ୍ୟାଲେଣ୍ଟ ବିଭାଗରେ ସୃଷ୍ଟି ଦାସ (୧୧) ପ୍ରମୁଖ ବିଜେତା ହୋଇଥିବା ବେଳେ ପିଟିନ୍‌ ବିଭାଗରେ ସରଣ୍ୟା ସାମନ୍ତରାୟ (୧୦) ଉପବିଜେତା ଭାବେ ଟାଇଟଲ ହାସଲ କରିଛନ୍ତି। ସରଣ୍ୟା ସମାନ୍ତରାୟ ଓ ସୃଷ୍ଟି ଦାସ ହଂକଂଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ମଡେଲ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିବେ। ଅମିଷା ପାତ୍ର, କେ.ଆର୍‌ ସନ୍ତୋଷିନୀ ଓ ଶ୍ରୀବାଲି ଦୁବାଇଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ମଡେଲ ପ୍ରତିଯୋଗିତା ଅଂଶଗ୍ରହଣ କରିବେ। ଗତ ଏପ୍ରିଲ ୭ ତାରିଖରେ ଓଡ଼ିଶା ଫେସନ୍‌ ଭିଲ୍ଲା ଗ୍ରୁପ ପକ୍ଷରୁ ଆୟୋଜିତ ଏକ ରାଜ୍ୟସ୍ତରୀୟ ମଡେଲ ପ୍ରତିଯୋଗିତାରେ ଓଡ଼ିଶାର ଶ୍ରେଷ୍ଠ ୧୦ଜଣ ମଡେଲ ମନୋନୀତ ହୋଇ ଜାତୀୟ ଜୁନିୟର ମଡେଲ ପ୍ରତିଯୋଗିତାରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର