୨୮ରୁ ପଟିଆ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା

ଚନ୍ଦ୍ରଶେଖରପୁର: କଳିଙ୍ଗ କବାଡ଼ି ଏକାଡେମି ଆନୁକୂଲ୍ୟରେ ଚଳିତମାସ ୨୮ ତାରିଖରୁ ସର୍ବଭାରତୀୟ ପଟିଆ କପ୍‌ ପୁରୁଷ କବାଡ଼ି ପ୍ରତିଯୋଗିତା ଆରମ୍ଭ ହେବ। ଏହା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ (ଓଡ଼ିଶାରୁ ୬ ଏବଂ ସର୍ବଭାରତୀୟ ସ୍ତରରେ ୧୦)ଭାଗନେବେ ବୋଲି କମିଟିର ଉପସଭାପତି ସୁଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି। କଳିଙ୍ଗ କବାଡ଼ି ଏକାଡେମି ଚଳିତ ବର୍ଷ ଏହାର ୧୨ତମ ସଂସ୍କରଣ ଆୟୋଜନ କରିବାକୁ ଯାଉଛି। ପ୍ରୋ କବାଡ଼ି, ବିଶ୍ୱକପ୍‌ ଏବଂ ସର୍ବ ଭାରତୀୟସ୍ତରରେ ଖେଳୁଥିବା ନାମୀଦାମୀ ଖେଳାଳିଙ୍କୁ ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳିବ। ଏଥର ପ୍ରଥମ ପୁରସ୍କାର ୨.୫ଲକ୍ଷ ଟଙ୍କା, ଦ୍ୱିତୀୟ ପୁରସ୍କାର ୧ଲକ୍ଷ, ତୃତୀୟ ଓ ଚତୁର୍ଥ ପୁରସ୍କାର ବାବଦରେ ୫୦ ହଜାର ଲେଖାଏ ଅର୍ଥ ରାଶି ପ୍ରଦାନ କରାଯିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି। ଏହି ପ୍ରତିଯୋଗିତା ଚନ୍ଦ୍ରଶେଖରପୁର ଥାନା ନିକଟ କ୍ଲବ୍‌ ଟାଉନ୍‌ ପଡ଼ିଆରେ ଆୟୋଜିତ ହେବାନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର