ଏନ୍‌ଏମ୍ କଲେଜରେ ଜାତୀୟ ଗଣିତ ଦିବସ

ଭୁବନେଶ୍ବର: ଏନ୍‌ଏମ୍ ଇଞ୍ଜିନିୟରିଂ କଲେଜରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। କଲେଜର ଚେୟାରମ୍ୟାନ୍ ରମେଶ ଚନ୍ଦ୍ର ପରିଡ଼ା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ଏସ୍‌ ପି ମହାନ୍ତି, କଲେଜର ନିର୍ଦ୍ଦେଶକ ପ୍ରଫେସର କେ ସି ସିଂହ ଓ ଗଣିତ ବିଭାଗର ମୁଖ୍ୟ ଆଶୁତୋଷ ମହାପାତ୍ର ଉପସ୍ଥିତ ଥିଲେ। ଦୈନନ୍ଦିନ ଜୀବ‌ନରେ ଗଣିତର ଉପକାରିତା ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ଗଣିତ ବିଭାଗର ପ୍ରଫେସର ଅର୍ଜୁନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର