କଟକ ରେଳଷ୍ଟେସନରେ ସ୍ମାରକ ଜାତୀୟ ପତାକା, ରାଧାକିଶୋରପୁରରେ ଭୂତଳ ଉପମାର୍ଗ ଉଦ୍‌ଘାଟିତ

କଟକ/ଭୁବନେଶ୍ୱର: ସଂରକ୍ଷାକୁ ପ୍ରାଥମିକତା ଦେଇ ଉଭୟ ରେଳ ଓ ସଡକ ବ୍ୟବହାରକାରୀ ମାନଙ୍କ ସୁବିଧା ପାଇଁ ଯାତ୍ରୀ ସୁବିଧା ଯୋଗାଇବାର ଏକ ଅଂଶ ଭାବରେ ରାଧାକିଶୋରପୁର ରେଳ ଷ୍ଟେସନରେ ନୂତନ ଭାବେ ନିର୍ମତ ଭୂତଳ ଉପାମାର୍ଗକୁ ଆଜି ଓଡିଶା ଖାଦ୍ୟ ଯୋଗାଣ ତଥା ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ କଟକର ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ୱାରା ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ କଲ୍ୟାଣ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇଯାଇଛି।

ରାଧାକିଶୋରପୁର ଷ୍ଟେସନରେ ଭୂତଳ ଉପାମାର୍ଗର ବ୍ୟବସ୍ଥା କରିବା ଦ୍ୱାରା ଯାତ୍ରୀ ଏବଂ ନିକଟ ଗ୍ରାମବାସୀଙ୍କ ସହିତ ଉଭୟ ରେଳ ଏବଂ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ଦୃଷ୍ଟିରୁ ରେଳ ଲାଇନର ଉଭୟ ପାର୍ଶ୍ୱରେ ପ୍ରବେଶ କରିବାରେ ସହାୟକ ହେବ ଏହା ମଧ୍ୟ ଦିବ୍ୟାଙ୍ଗଜନ ମାନଙ୍କ ଯାତାୟାତ ପାଇଁ ସହାୟକ ହୋଇପାରିବ ।

ଏହି ଭୂତଳ ଉପାମାର୍ଗ ୪ ମିଟର ଚଉଡା ଏବଂ ୨.୭୫ ମିଟର ଉଚ୍ଚତା ହୋଇଥିବାବେଳେ ଏହାର ଲମ୍ବ ୬୮ ମିଟର ଅଟେ ରାଧାକିଶୋରପୁର ଠାରେ ରୁଟ ନମ୍ବର ୧ ରୁ ୪ ଏବଂ ପ୍ଲାଟଫର୍ମ ନଂ ୧ ଏବଂ ୨ କୁ ଚଳପ୍ରଚଳ କରିବାପାଇଁ ସହଜ ହୋଇପାରିବ। ଏହି ପ୍ରକଳ୍ପ ରେଳ ବିକାଶ ନିଗମ ଲିମିଟେଡ଼ ଦ୍ୱାରା ନିର୍ମିତ ହୋଇଥିବାବେଳେ ଏହା ବାରଙ୍ଗ-ରାଜାଆଠଗଡ଼ ଦୋହରୀକରଣ ପ୍ରକଳ୍ପର ଏକ ଅଂଶ ଅଟେ। ରାଧାକିଶୋରପୁର ଠାରେ ଲେବଲ୍‌ କ୍ରସିଂ ଗେଟ୍‌ ନମ୍ବର ଜେବି-୨କୁ ଏଡାଇବା ପାଇଁ ଏବଂ ଉଭୟ ରେଳ ଏବଂ ସଡକ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲେବଲ୍‌ କ୍ରସିଂ ବଦଳରେ ଭୂତଳ ଉପାମାର୍ଗ ନିର୍ମାଣ କରାଯାଇଛି । ନିକଟସ୍ଥ ଗ୍ରାମବାସୀଙ୍କର ଏହି ଭୂତଳ ଉପମାର୍ଗ ବହୁତ ଉପକୃତ କରାଇବ ଏହି ଭୂତଳ ଉପମାର୍ଗ ର୍ନିମାଣ ପାଇଁ ୩.୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଏହାପୂର୍ବରୁ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବ ଚୌଦ୍ୱାର-କଟକର ମାନ୍ୟବର ବିଧାୟକ ସୌଭିକ ବିଶ୍ୱାଳଙ୍କ ଉପସ୍ଥିତିରେ କଟକ ରେଳ ଷ୍ଟେସନଠାରେ ସ୍ମାରକ ଜାତୀୟ ପତାକା ଉଦ୍‌ଘାଟନ କରିଥିଲେ। କଟକ ରେଳ ଷ୍ଟେସନର ସୌନ୍ଦର୍ଯ୍ୟକରଣରେ ଉନ୍ନତି ଆଣିବା ପାଇଁ ଏହି ସ୍ମାରକ ଜାତୀୟ ପତାକାକୁ ସ୍ଥାପନା କରାଯାଇଛି । ଐତିହାସିକ ସହର ତଥା ଜିଲ୍ଲା ମୁଖ୍ୟାଳୟସ୍ଥିତ ଷ୍ଟେସନ ଗୁଡିକରେ ଆଜିଯାଏ ୧୯ ଟି ସ୍ମାରକ ପତାକା ସ୍ଥାପିତ କରାଯାଇଅଛି ଏବଂ ଆହୁରି ବହୁ ରେଳ ଷ୍ଟେସନ ଗୁଡିକରେ ଏହା ସ୍ଥାପନ କରାଯିବ । ଏହି ସ୍ମାରକୀ ଜାତୀୟ ପତାକା ସ୍ତମ୍ଭର ଉଚ୍ଚତା ୧୦୦ ଫୁଟ (୩୦.୫ ମିଟର) ହୋଇଥିବାବେଳେ ପତାକାର ଆକାର ୩୦ ଫୁଟ ଲମ୍ବ ଏବଂ ୨୦ ଫୁଟ ପ୍ରସ୍ଥ ଅଟେ। କଟକର ଏହି ପତାକା ସ୍ଥାପନା ପାଇଁ ମୋଟ ୮.୨୭ ଲକ୍ଷ ଟଙ୍କା ବ୍ୟୟ କରାଯାଇଅଛି।

ସମ୍ବନ୍ଧିତ ଖବର