ଭୁବନେଶ୍ୱର : କୃପାଜଳ ଇଞ୍ଜିନିୟରିଂ କଲେଜ ପରିସରରେ ‘ଫ୍ୟୁଚର ଆଉଟଲୁକ୍ ଫର୍ ଇମରଜିଂ ଟେକନୋଲୋଜି’ ଶୀର୍ଷକ କର୍ମଶାଳା ଆୟୋଜିତ ହୋଇଯାଇଛି। ଟିସିଏସ୍ କମ୍ପାନିର ଗୋପାଲ କ୍ରିଷ୍ଣା ଜିଏସଏସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ। ସଭା ଆରମ୍ଭରୁ କଲେଜର ଅଧ୍ୟକ୍ଷ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଶ୍ରୀ କ୍ରିଷ୍ଣା ଅତ୍ୟାଧୁନିକ ଉପାୟରେ କିପରି ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇପାରିବ ସେହି ବିଷୟରେ ବିସ୍ତତ ଆଲୋଚନା କରିଥିଲେ। ଏହି ଅବସରରେ କଲେଜର ସଭାଧ୍ୟକ୍ଷ ଡ. ଭବାନୀ ଚରଣ ରଥ ଓ କଲେଜର ନିର୍ଦ୍ଦେଶକ ବିଭୂତି ଭୂଷଣ ରଥ ମୁଖ୍ୟବକ୍ତାଙ୍କୁ କୃପାଜଳ ସମ୍ମାନରେ ସମ୍ମାନିତ କରିଥିଲେ।
କୃପାଜଳ ଇଞ୍ଜିନିୟରିଂ କଲେଜରେ ଜାତୀୟ କର୍ମଶାଳା
/sambad/media/post_attachments/wp-content/uploads/2018/01/krupajal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)