ଓଡିଏମ୍‌ରେ ଜାତୀୟସ୍ତରୀୟ ଆଲୋଚନାଚକ୍ର

ଚନ୍ଦ୍ରଶେଖରପୁର : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ୍ ଏକ୍ସିଲେନ୍ସି(ଆଇଏଚ୍‌ଇ) ଓ ଓଡିଏମ୍ ପବ୍ଲିକ୍ ସ୍କୁଲ୍‌ର ମିଳିତ ଆନୁକୂଲ୍ୟରେ ଏକବିଂଶ ଶତାବ୍ଦୀର ଜୀବନ-କୌଶଳ ଶିକ୍ଷା ସଂପର୍କିତ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ଓଡିଏମ୍ ସ୍କୁଲ୍‌ରେ ଅନୁଷ୍ଠିତ ହୋଇଛି। ଆଇଏଚ୍‌ଇ ପ୍ରତିଷ୍ଠାତା ତଥା ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସିବିଏସ୍‌ଇ(ସ୍କିଲ୍ ଆଣ୍ଡ ଟ୍ରେନିଙ୍ଗ୍‌)ର ନିର୍ଦ୍ଦେଶକ ବିଶ୍ୱଜିତ୍ ଶାହା ଉଦ୍‌ଘାଟନ କରି ଆଇଏଚ୍‌ଇ ଓ ଓଡିଏମ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷା କ୍ଷେତ୍ରରେ କିଭଳି ବିରାଟ ପରିବର୍ତ୍ତନ ଆଣିଛନ୍ତି, ସେ ଉପରେ ଆଲୋକପାତ କରିଥିଲେ।

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ଭାଇସ୍‌-ଚାନ୍‌ସେଲ୍‌ର, କିସ୍ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍ ଚାନ୍‌ସେଲ୍‌ର, ଆରଆଇଇର ପ୍ରିନ୍ସିପାଲ୍‌, ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଶହେରୁ ଅଧିକ ପ୍ରିନ୍ସିପାଲ, ଭାଇସ୍‌-ପ୍ରିନ୍ସିପାଲ, ଅଭିଭାବକ, ବରିଷ୍ଠ ଶିକ୍ଷକ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ପାଠ୍ୟକ୍ରମଟି ନ୍ୟାସନାଲ ଏଜୁକେସନ୍ ପଲିସି(ଏନ୍‌ଇପି) ଓ ନ୍ୟାସନାଲ୍ କରିକୁଲମ୍ ଫ୍ରେମ୍‌ୱାର୍କ(ଏନ୍‌ସିଏଫ୍‌) ଆଧାରରେ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ଶିକ୍ଷା ନିର୍ଦ୍ଦେଶକ ଆର୍ତ୍ତତ୍ରାଣ ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସିଓଓ ସ୍ୱୟନ୍ ସତ୍ୟେନ୍ଦୁ ସ୍ୱାଗତ ଭାଷଣ, ବରିଷ୍ଠ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ଅତିଥି ପରିଚୟ ଓ ଝିନୁକ୍ ଦତ୍ତାରାୟ ଲାଇଫ୍ ସ୍କିଲ୍ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଶ୍ରୀ ମୀନକେତନଙ୍କ ଦ୍ବାରା ଲିଖିତ ୭ଟି ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହେବା ସହ ପୁସ୍ତକଗୁଡ଼ିକୁ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ସମ୍ବନ୍ଧିତ ଖବର