ଚନ୍ଦ୍ରଶେଖରପୁର: ଶାନ୍ତା ସ୍ମୃତି ପୁନର୍ବାସ କେନ୍ଦ୍ର (ଏସଏମଆରସି) ପକ୍ଷରୁ ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ୩୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ‘ବ୍ରେକିଂ ବାରିୟର ଆଣ୍ଡ ବିଙ୍ଗ୍ ଇନକ୍ଲୁଡେଡ୍’ ଶୀର୍ଷକ ୭ମ ଅଶୋକ ସ୍ମାରକୀ ଦିବ୍ୟାଙ୍ଗ ବକ୍ତୃତାମାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଗ୍ରଣୀ ଭିନ୍ନକ୍ଷମ କର୍ମକର୍ତ୍ତା ଶିବାନୀ ଗୁପ୍ତା ଯୋଗଦେଇ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ଅଶୋକ ହଂସଙ୍କର ମହିଳା ଦିବ୍ୟାଙ୍ଗମାନଙ୍କ ପ୍ରତି ଥିବା ଅବଦାନ ଉପରେ ଆଲୋଚନା କରିଥିଲେ।
ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୟୁଏସଆଇଡି ଅମିତ ଅରୁଣ ଶାହା, ସମ୍ମାନିତ ଅତିଥି ଭାବେ ଜେ. କେ ମହାନ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ନୀତା ପରାଗ ପଞ୍ଚାଲ, ଶୁଭସ୍ମିତା ଜେନା, ଚୁମୁକି ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଫେସର ଅଶୋକ ସର୍ ସ୍ବାଗତ ଭାଷଣ ଦେଇଥିବା ବେଳେ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ୍ ମହାନ୍ତି ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/41-9.jpg)