ସର୍ବ ଭାରତୀୟ ନୃତ୍ୟ, ସଙ୍ଗୀତ ଓ ଚିତ୍ର ଉତ୍ସବ

ଭୁବନେଶ୍ବର: ତ୍ରିଭଙ୍ଗ କଳା ନିକେତନ ପକ୍ଷରୁ ଆଜି ଜୟଦେବ ଭବନଠାରେ ସର୍ବଭାରତୀୟ ନୃତ୍ୟ, ସଙ୍ଗୀତ ଓ ଚିତ୍ର ଉତ୍ସବ ଦିବସବ୍ୟାପୀ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀ, ବେଙ୍ଗାଲୁରୁ, ଅହମ୍ମଦାବାଦ୍‌, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ, ପଣ୍ଚିମବଙ୍ଗ, ମହାରାଷ୍ଟ୍ର ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓ ନବୀନ କଳାକାରମାନେ ଏଥିରେ ଯୋଗ ଦେଇଥିଲେ। ଓଡ଼ିଶୀ, କୁଚିପୁଡ଼ି, ଭାରତନାଟ୍ୟମ, ଶାସ୍ତ୍ରୀୟ ସଙ୍ଗୀତ ଓ ଲୋକନୃତ୍ୟ ସହ ଏହି ଅବସରରେ ଚିତ୍ରକଳା ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ, ପଦ୍ମଶ୍ରୀ ରମାକାନ୍ତ ରଥ, ଅବସରପ୍ରାପ୍ତ ପ୍ରଶାସକ ସହଦେବ ସାହୁ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ବିଜୟ କୁମାର ଜେନା, ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର ଓ ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ତ୍ରିଭଙ୍ଗ କଳା ନିକେତନର ପ୍ରତିଷ୍ଠାତା ଗୁରୁ ବିକ୍ରମ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର