ଭୁବନେଶ୍ୱର : ଶ୍ରୀଗୁଣ୍ଡିଚା ସ୍ପିରିଚୁଆଲ୍ ଟ୍ରଷ୍ଟ୍ ପକ୍ଷରୁ୬ଷ୍ଠ ଜାତୀୟ ଆଧ୍ୟାତ୍ମିକ ପୁସ୍ତକ ମେଳା ଆସନ୍ତା ଅକ୍ଟୋବର ୧୨ରୁ ୧୭ ପର୍ଯ୍ୟନ୍ତ ସହିଦନଗର ଦୁର୍ଗା ମଣ୍ଡପ ପଡ଼ିଆରେ ଅନୁଷ୍ଠିତ ହେବ। ୬ଦିନ ବ୍ୟାପୀ ଆୟୋଜିତ ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଆଧ୍ୟାତ୍ମିକ ପୁସ୍ତକ ପ୍ରକାଶନ ସଂସ୍ଥା ଯୋଗଦେବେ। ମେଳା ମଞ୍ଚରେ ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ନେଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ଆଧ୍ୟାତ୍ମିକ ସାଧାରଣ ଜ୍ଞାନ ପ୍ରତିଯୋଗିତା ପ୍ରତିଦିନ କରାଯିବ। ଚଳିତ ବର୍ଷ ୩ ଜଣ ଆଧ୍ୟାତ୍ମିକ ପୁସ୍ତକ ଲେଖକଙ୍କୁ ପୁରସ୍କୃତ କରାଯିବ। ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ୍ ପକ୍ଷରୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଟ୍ରଷ୍ଟ୍ର ଅଧ୍ୟକ୍ଷ ଡ.ଭାଗୀରଥି ବେହେରାଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ଅଶ୍ୱିନୀ କୁମାର ଦାସ, ଉପାଧ୍ୟକ୍ଷ ବିନୋଦ କୁମାର ପଣ୍ଡା, ପୁସ୍ତକ ମେଳା କମିଟି ଅଧ୍ୟକ୍ଷ ମୁରଲୀ ମନୋହର ଶର୍ମା, ଉପାଧ୍ୟକ୍ଷ ଡ.ସୁଶାନ୍ତ ସାହୁ ,ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ସୁବିତ୍ ବେହେରା, ମଦନ ମୋହନ ମହାପାତ୍ର, ଭବାନୀ ପ୍ରସାଦ ବଳିଆରସିଂ ସ ଆନନ୍ଦ କୁମାର ହୃଦ ପ୍ରମୁଖ ଉପସ୍ଥିତ ଥିଲେ।
ଅକ୍ଟୋବର ୧୨ରୁ ଜାତୀୟ ଆଧ୍ୟାତ୍ମିକ ପୁସ୍ତକ ମେଳା
/sambad/media/post_attachments/wp-content/uploads/2017/09/book.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)