ଭୁବନେଶ୍ୱର: ‘ସା’ ପରିଚୟ ଫାଉଣ୍ଡେସନ ଦ୍ବାରା ଆୟୋଜିତ ଜାତୀୟ ଆଦିବାସୀ ମହୋତ୍ସବ-୨୦୨୨ ଆଜି ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ‘ସା’ ପରିଚୟ ଫାଉଣ୍ଡେସନର ସଭାପତି ତଥା କଟକ ମହାନଗର ନିଗମର ମେୟର ସୁବାସ ସିଂ ଉପସ୍ଥିତ ରହି ଆଦିବାସୀମାନଙ୍କୁ ସ୍ବାବଲମ୍ବୀ କରିବାରେ ଏହି ମେଳା ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।

Advertisment

ଏହି ମହୋତ୍ସବ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବା। ଏଥିରେ ଭାରତ ବର୍ଷର ବିଭିନ୍ନ ରାଜ୍ୟର ଆଦିବାସୀମାନେ ଭାଗ ନେଇଛନ୍ତି। ମେଳାରେ ସେମାନଙ୍କର ପାରମ୍ପରିକ ଖାଦ୍ୟ, ପୋଷାକ ଓ ଅଳଙ୍କାର ସମେତ ବାଦ୍ୟ ଯନ୍ତ୍ର, ସାମଗ୍ରୀ ଆଦି ବିକ୍ରି ପାଇଁ ରହିଛି। ଏହା ସହ ପ୍ରତିଦିନ ସନ୍ଧ୍ୟାରେ ଆଦିବାସୀ ସାଂସ୍କୃତିକ ମଞ୍ଚରେ ବିଭିନ୍ନ ରାଜ୍ୟର ଆଦିବାସୀ ଲୋକନୃତ୍ୟ, ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବ। ଆଜିର ଉଦ୍‌ଘାଟନୀ ସମାରୋହ ଶେଷରେ ‘ସା’ ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ଶୁଭାଶିଷ ଦାସ ଧନ୍ୟବାଦ ଦେଇଥିଲେ। ଅଶୋକ ପାଙ୍ଗୀ, ଧୀରେନ୍ ପରିଡ଼ା, ସତ୍ୟଜିତ ପ୍ରଧାନ, ପ୍ରତାପରୁଦ୍ର ଦଳବେହେରା, ସାରଦା ପ୍ରସାଦ ମହାନ୍ତି ଓ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।