ଭୁବନେଶ୍ବର: ଜାତୀୟ ଉଠାଦୋକାନୀ ଦିବସ ଅବସରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ୍ ସୁରକ୍ଷା ଟ୍ରଷ୍ଟ ତରଫରୁ ଆଜି ଇଡିକଲ୍ ଅଡିଟୋରିୟମ୍ଠାରେ ଉଠା ଦୋକାନୀ ଦିବସ ପାଳିତ ହୋଇଯାଇଛି। ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିିଥିଲେ, ରାଜ୍ୟ ସରକାର ଓଡ଼ିଶାରେ ଉଠା ଦୋକାନୀମାନଙ୍କୁ କୋଭିଡ୍ ସହାୟତା ଦେଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଦିଆଯାଇନାହିଁ। ଭର୍ଚୁଆଲ୍ ମାଧ୍ୟମରେ ସାଂସଦ ତଥା ଟ୍ରଷ୍ଟର ଉପଦେଷ୍ଟା ସୁବାସ ସିଂହ ଯୋଗଦେଇ କହିଲେ, ସରକାର ସଦାସର୍ବଦା ଉଠାଦୋକାନୀଙ୍କ ସହ ଅଛନ୍ତି। ଅନ୍ୟତମ ଉପଦେଷ୍ଟା ତଥା ବିଧାୟକ ଅନନ୍ତ ନାରାୟଣ ଜେନା, ଅନ୍ୟତମ ଅତିଥି ବିଧାୟକ(ଉତ୍ତର) ସୁଶାନ୍ତ ରାଉତ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ବିଭୂପ୍ରସାଦ ତ୍ରିପାଠୀ, ଆଇନଜୀବୀ ଶ୍ରୀନିବାସ ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ପାଣ୍ଡେ, ଧନେଶ୍ବର ବାରିକ, ଜୟଦେବ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଉଠାଦୋକାନୀ ମନୋଜ ପ୍ରଧାନଙ୍କୁ ତାଙ୍କ ଉପନ୍ୟାସ ଲେଖା ପାଇଁ ‘ଉଠାଦୋକାନୀ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp