ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟରେ ଜାତୀୟ ଭରଚୁଆଲ ସମ୍ମିଳନୀ: ଏ.ଆଇ ଓ ଡିସିସନ ସାଇନ୍‌ସ୍‌ ୨୦୨୧

ସ୍ମାଟଡିସିସ୍‌ନ୍‌- ଡାଟାସାଇନ୍‌ସ୍‌ ଆଣ୍ଡ ଆରଟିଫିସିୟାଲ ଇଣ୍ଟେଲିଜେନ୍‌ସ୍‌ (ଡିିଏସ୍‌ ଆଣ୍ଡ ଏଆଇ)

ଭୁବନେଶ୍ୱର: ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ଭରଚୁଆଲ ସମ୍ମିଳନୀ (ଏନ୍‌.ଏସ୍‌.- ଏଆଇ ଓ ଡ଼ିସ୍‌) ୨୦୨୧ ଶୀର୍ଷକ ଏକ ସାଂପ୍ରତିକ ବିଷୟବସ୍ତୁକୁ ନେଇ ଅନୁଷ୍ଠିତ ହୋଇଯାଇଛି । ଡ. ରାଜେଶଶର୍ମା, ଆଇ.ଟି.ଏସ୍‌., ଫେଲୋ (ଆଇ.ଆଇ.ଏମ୍‌. ଆଇ) ସିନିୟର ଡେପୁଟି ଡ଼ିରେକ୍‌ଟର ଜେନେରାଲ, ଡ଼ିପାର୍ଟମେଣ୍ଟ ଅଫ୍‌ ଟେଲିକମୁନିକେସନ ଭାରତ ସରକାର, ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସମ୍ମିଳନୀ ଉଦ୍‌ଘାଟନ କରି ଏ.ଆଇ. କିପରି ଭାବରେ ଟେଲିକମୁନିକେସନ୍‌କୁ ପ୍ରଭାବିତ କରୁଛି ସେ ବିଷୟରେ ଆଲୋକପାତ କରିଥିଲେ । ଏ.ଆଇର ବ୍ୟବହାର କିଭଳି ହ୍ରାସ ପାଇଥିବା ଦକ୍ଷ ଶିଳ୍ପୀଙ୍କ ଜାଗା ପୂରଣ କରି କମ୍‌ ଅପରେସନ୍‌ କଷ୍ଟରେ ମନୁଷ୍ୟକୃତ ତୃଟିକୁ କମ କରି ଅଧିକ ମାତ୍ରରେ ସଂରଚନା ଓ ପରିଚାଳନା କରାଯାଇ ପାରୁଛି କେବଳ ସେତିକି ନୁହଁ ବଂର ଗବେଷଣା ଏବଂ ସଂଞ୍ଚାଳନା କ୍ଷେତ୍ରରେ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ସ୍ମାର୍ଟସିଟି ଓ ସ୍ମାର୍ଟ ମୋବାଇଲ କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗିତା ବିଷୟରେ ବର୍ଣ୍ଣନା କରିଥିଲୋ

ଅନଭେସ୍‌ ଦସାରୀ, ଭାଇସ- ପ୍ରେସିଡେଣ୍ଟ ଆର ଆଣ୍ଡଡି ଇଫ୍‌ଟ୍ରୋନିକ୍‌ସ୍‌ ସିଷ୍ଟମସ୍‌ ପ୍ରାଇଭେଟ ଲିମିଟେଡ଼ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଡାଟାସାଇନ୍‌ସ ଓ ଏ.ଆଇ କିପରି ଭାବରେ ସ୍ମାର୍ଟ ଡ଼ିସିସନ୍‌ମେକିଙ୍ଗ ଓ ବିଭିନ୍ନ ଅଟୋନମୋସ ସ୍ମାର୍ଟମେସିନ୍‌ସ୍‌ ତିଆରି କ୍ଷେତ୍ରରେ ବ୍ୟବହୃତ ହେଉଛି ସେ ବିଷୟରେ ମାର୍ଗଦର୍ଶନ କରିଥିଲେ ।

ବାଳ ପ୍ରସାଦ ପେଡ଼ିଗାରି, ଚିପ୍‌ ପ୍ରଡକ୍ଟ ଅଫିସର ହାଇଟେକ୍‌ ସିଟିଓ ଇଂଜିନିୟରିଙ୍ଗ ଟିମ୍‌, ଟାଟା କନସଲଟାନସି ସର୍ଭିସେସ୍‌, ହାଇଦ୍ରାବାଦ, ଆଟିଫିସିଆଲଇଣ୍ଟେଲିଜେଣ୍ଟର ଭୂମିକା ଓ ଏହାକୁ ଉତ୍ତମ ରୂପେ ମାନବ ଜାତିର ହିତରେ କିଭଳି ଭାବରେ ଅଧିକରୁ ଅଧିକ ମାତ୍ରାରେବ୍ୟବହାର କରିହେବ ସେ ବିଷୟରେ ମତବ୍ୟକ୍ତ କରିଥିଲେ ।

ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧ୍ୟକ୍ଷ ପ୍ରଫେସର (ଡ଼ଃ) ବିଶ୍ୱଜିତ ପଟ୍ଟନାୟକ ଉଭୟ ଏ.ଆଇ. ଏବଂ ଡ଼ିସିସନ୍‌ ସାଇନ୍‌ସ୍‌ର ଗଭୀରତା ଏବଂ କୁଟନୈତିକତା ବିଷୟରେ ଆଲୋଚନାକରି ନିଜର ବକ୍ତବ୍ୟ ରଖିଥିଲେ । ଏତଦ୍‌ବ୍ୟତୀତ ଡ଼ଃ. ପଟ୍ଟନାୟକ ଉଚ୍ଚମାନର ପ୍ରଶାସନିକ ବ୍ୟବସ୍ଥାରେ ମଧ୍ୟ ଏ.ଆଇର ବ୍ୟବହାରିତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ସମ୍ମିଳନୀରେ ଶାକ୍ୟସିଂହ ମହାପାତ୍ର, ଫାଉଣ୍ଡର ମ୍ୟାନେଜିଙ୍ଗ ଡାଇରେକ୍‌ଟର ଆଣ୍ଡ ସି.ଇ.ଓ, ସ୍ୟାକ୍‌ରୋବୋଟିକ୍‌ସ୍‌, ଡ଼ଃ. କୋରାସତ୍ୟବାବୁ , ଏନ୍‌.ଆଇ.ଟି ରାଉରକେଲା, ଡ଼ଃ. ଅନ୍ୟଭାରାପୁ, ଚନ୍ଦ୍ରଶେଖରରାଓ, ଆଇ.ଆଇ.ଟି. (ଆଇ.ଏସ୍‌.ଏମ୍‌.), ଧାନବାଦ, ଆଦି ଅତିଥିମାନେ ଯୋଗଦେଇଥିଲେ ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ଼ଃ) କଲ୍ୟାଣ ଶଙ୍କର ରାୟଏହି ସମ୍ମିଳନୀର ବିଷୟବସ୍ତୁ ଉଦଘାଟନ କରି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଫେସର ଅଭିଜିତ ମଣ୍ଡଲଏବଂ ଡ଼ଃଝୁମ୍‌ ସ୍ୱାଇଁ ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର