ଭୁବନେଶ୍ବର: ୧୦ ବର୍ଷ ତଳେ ଶିଳ୍ପ ସଂସ୍ଥାଗୁଡ଼ିକ ବିରୋଧରେ ଯେତିକି ଅଭିଯୋଗ ଆସୁଥିଲା, ତାହା ଏବେ ବହୁ ପରିମାଣରେ କମିଛି। ତଥାପି କିଛି କିଛି ଅଭିଯୋଗ ଆସୁଛି। ଏନେଇ ଶିଳ୍ପ ସଂସ୍ଥାକୁ ସଚେତନ କରାଯିବ। ଗୋଟିଏ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହେବା ସମୟରେ ପ୍ରଦୂଷଣର ମାତ୍ରା ଜଣାପଡ଼େ ନାହିଁ। କିନ୍ତୁ ଧୀରେ ଧୀରେ ଶିଳ୍ପ ସଂସ୍ଥାଙ୍କ ସଂଖ୍ୟା ବଢ଼ିବା ଦ୍ବାରା ପ୍ରଦୂଷଣର ମାତ୍ରା ବଢ଼େ। ଯେମିତିକି ଦିଲ୍ଲୀରେ ସମସ୍ୟା ସୃଷ୍ଟି ହେଉଛି। ଶିଳ୍ପ ସଂସ୍ଥାଙ୍କ ବିରୋଧରେ ଏବେ ପ୍ରଦୂଷଣର ବହୁ ଭିଡିଓ ଆସିବା ପରେ ସଙ୍ଗେ ସଙ୍ଗେ ତଦନ୍ତ କରାଯାଉଛି। ବହୁ ଶିଳ୍ପ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି)ର ସଦସ୍ୟ ସଚିବ ତଥା ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ଦେବୀଦତ୍ତ ବିଶ୍ବାଳ କହିଛନ୍ତି। ଇଣ୍ତିଆନ ଚାମ୍ବର ଅଫ କମର୍ସ(ଆଇସିସି) ଓ ଓଏସପିସିବି ପକ୍ଷରୁ ‘ଉଦ୍ୟୋଗ ଏବ˚ ଖଣି କ୍ଷେତ୍ରରେ ପରିବେଶ ନିୟାମକ ଅନୁପାଳନ’ ଶୀର୍ଷକ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ବିଶ୍ବାଳ ଏହା କହିଛନ୍ତି। ଉଦ୍ଘାଟନୀ ଉତ୍ସବରେ ଜଙ୍ଗଲ ଏବ˚ ପରିବେଶ ବିଭାଗର ଯୁଗ୍ମ ସଚିବ ଏ.କେ ଗୁପ୍ତା କହିଲେ ଅନୁମତି, ସମ୍ମତି, ପ୍ରାଧିକରଣରେ ନିର୍ଦ୍ଧାରିତ ବିଭିନ୍ନ ଘଟଣାବଳୀ ସମ୍ପର୍କରେ ଆଲୋଚନା କରିବା ପାଇଁ ଉଦ୍ୟୋଗ ଓ ଖଣି ଅଧିକାରୀମାନଙ୍କ ପାଇଁ ଏହା ହେଉଛି ଏକ ପ୍ରକୃଷ୍ଟ ପ୍ଲାଟଫର୍ମ। ଅ˚ଶଗ୍ରହଣକାରୀଙ୍କୁ ପରିବେଶ ସୁରକ୍ଷା ପାଇଁ ଲାଗୁ ହୋଇଥିବା ନୂତନ ନିୟମ ସମ୍ପର୍କରେ ଅବଗତ କରାଯିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏସପିସିବିର ବରିଷ୍ଠ ପରିବେଶ ବିଜ୍ଞାନୀ ଡି.କେ ବେହେରା, ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଉତ୍ପାଦନ) ଶୁଭେନ୍ଦୁ ଆଚାର୍ଯ୍ୟ, ଆଇସିସି ଓଡ଼ିଶା ଷ୍ଟେଟ କାଉନସିଲ୍ର ଚେୟାରମ୍ୟାନ୍ ଏମ ସି ଥୋମାସ୍ ଓ ସହ-ଚେୟାରମ୍ୟାନ ଜେ.ବି ପାଣି ପ୍ରମୁଖ ପରିବେଶ ଆଇନ୍ ଉପରେ ଗୁରୁତ୍ବାରୋପ କରିଥିଲେ। ଦିନିକିଆ କର୍ମଶାଳାର ବିଭିନ୍ନ ଅଧିବେଶନରୁ ବାହାରିଥିବା ନିର୍ଯାସ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।
‘ପରିବେଶ ନିୟାମକ ଅନୁପାଳନ’ ଜାତୀୟ କର୍ମଶାଳା, ପରିବେଶ ପ୍ରଦୂଷଣର ମାତ୍ରା କମିଛି
/sambad/media/post_attachments/wp-content/uploads/2018/12/pollution67.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)