ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜାତୀୟ ଯୁବ ଦିବସ

ଓଡିଏମ୍‌ ପବ୍ଲିକ୍‌ ସ୍କୁଲ

ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ ସ୍କୁଲ ପକ୍ଷରୁ ଅନୁଷ୍ଠାନ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନ, ନିର୍ଦେଶିକା ଇନ୍ଦୁମତୀ ରାୟ, ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି ବିବେକାନନ୍ଦଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଶିକ୍ଷୟିତ୍ରୀ ବିଶ୍ୱବିନିତା ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ, ଗତକାଲି ଏଭରଗ୍ରିନ୍‌ ଫୋରମ୍‌ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ‘ଓଡ଼ିଶା ୟୁଥ୍‌ କନ୍‌କ୍ଲେଭ୍‌ ୨୦୧୮ ଆଓ୍ଵାର୍ଡ’ରେ ସ୍କୁଲର ଶିକ୍ଷକ ଏ. ଏନ୍‌. ଓ ଥାର୍ଡ ଅଫିସର ରଶ୍ମିରଂଜନ ଜେନାଙ୍କୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଏଥିନେଇ ତାଙ୍କୁ ସ୍କୁଲ କର୍ତୃପକ୍ଷ ଶୁଭେଚ୍ଛା ଜଣାଇଛନ୍ତି।

ସ୍ନେହ ଅନୁଷ୍ଠାନ

ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ନେହ ପକ୍ଷରୁ ଜାତୀୟ ଯୁବ ଦିବସ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ଉତ୍ସବରେ ବିକ୍ରମ ମଣ୍ଡଳ ଓ ରଘୁନାଥ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ କଲେଜ ଓ ବସ୍ତିର ପିଲାମାନେ ଭାଗ ନେଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ସୁବାସ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ନେହରୁ ଯୁବକେନ୍ଦ୍ର

ନେହରୁ ଯୁବ କେନ୍ଦ୍ର, ଖୋର୍ଧା ପକ୍ଷରୁ ସ୍ଥାନୀୟ ପୋଖରୀପୁଟ ଭିଆରସି କେନ୍ଦ୍ରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଂଯୋଜକ ପ୍ରବୀର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭିଆରସିର ନିର୍ଦେଶକ ଆର. କେ ଶର୍ମା ମୁଖ୍ୟ ଅତିଥି, ନେହେରୁ ଯୁବକେନ୍ଦ୍ର ଓଡ଼ିଶା ଶାଖା ନିର୍ଦେଶିକା ଡ. ରୀତା ଭଗତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୋମ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ଶୁଭେନ୍ଦୁ ସାହୁ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। କୁଳମଣି ମଲ୍ଲିକ, ରଞ୍ଜନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ହାଇଟେକ୍‌ ଗ୍ରୁପ୍‌

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଏଜୁକେସନ୍‌ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଶିଷ୍ଟ ପ୍ରସ୍ତରଶିଳ୍ପୀ ରଘୁନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦୁଇହଜାର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସମ୍ମିଳିତ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରାଯାଇଥିଲା। ଗ୍ରୁପ୍‌ର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ, ସିଇଓ ଭୀଷ୍ମପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଯୋଗାଚାର୍ଯ୍ୟ ବିଶ୍ୱରଞ୍ଜନ ରଥ, ମୁଖ୍ୟ ପ୍ରଶାସକ ଗୋପେଶ୍ୱର ଆଚାର୍ଯ୍ୟ, ଓଡ଼ିଆ ବିଭାଗର ଅଧ୍ୟାପକ ଚିତ୍ତରଞ୍ଜନ ସାହାଣୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

ଭାରତୀୟ ରେଡକ୍ରସ ସୋସାଇଟି

ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଅନୁଷ୍ଠାନ ପରିସରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏଥିରେ ଆୟକର ବିଭାଗ କମିସନର୍‌ ଶରତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ରେଡକ୍ରସ୍‌ ରାଜ୍ୟ ଶାଖାର ଅବତେନିକ ସଚିବ ଜ୍ଞାନବ୍ରତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଯୁବ ରେଡକ୍ରସ ଅଧିକାରୀ ମେଜର ଡ. କଳ୍ପନା ଦାସ ଉପସ୍ଥିତ ଥିଲେ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ସୁଶୀଲ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଯୁବ ରେଡକ୍ରସ ପରାମର୍ଶଦାତା ଗୋବିନ୍ଦ ରାଓ ଧନ୍ୟବାଦ ଦେଇଥିଲେ।

ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି

ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ) ପକ୍ଷରୁ ସ୍ଥାନୀୟ ଆଇଏମ୍‌ଏ ହାଉସଠାରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ କୈଳାସ ଚନ୍ଦ୍ର ଦାସ, ଓସାକ୍ସର ପ୍ରକଳ୍ପ ନିର୍ଦେଶକ ଅଜିତ କୁମାର ମିଶ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ସଂଜୟ କୁମାର ପଟ୍ଟନାୟକ, ଯୁଗ୍ମ ନିର୍ଦେଶକ ବିଜୟ କୁମାର ଦାସ, ବରିଷ୍ଠ ଆଇନଜୀବୀ ଧନେଶ୍ୱର ମହାନ୍ତି ପ୍ରମୁଖ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓସାକ୍ସର ଯୁଗ୍ମ ନିର୍ଦେଶକ ବିଜୟ କୁମାର ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର