ବାରଙ୍ଗ: ନନ୍ଦନକାନନ ପ୍ରଣୀ ଉଦ୍ୟାନର ୩ ବର୍ଷିୟା ସ୍ୱୀକୃତି ଅବଧି ସରିବାକୁ ଯାଉଛି। ପୁନଃ ସ୍ୱୀକୃତି ପ୍ରଦାନ ଲାଗି ମୂଲ୍ୟାୟନ କରିବାକୁ ନନ୍ଦନକାନନରେ ପହଞ୍ଚିଛନ୍ତି କନ୍ଦ୍ରୀୟ ଚିଡ଼ିଆଖାନାର ସଂପାଦକ ଡି ଏନ୍ ସିଂହ। ତାଙ୍କର ଏହି ଦୁଇ ଦିନିଆ ନନ୍ଦନକାନନ ପରିଦର୍ଶନରେ ସେ ସମସ୍ତ ବିଭାଗକୁ ନିରୀକ୍ଷଣ କରୁଛନ୍ତି। ସେହିପରି ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ଓ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ସରୋଜ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ବରିଷ୍ଠ ପ୍ରାଣୀ ଚିକିତ୍ସକ ବଳରାମ ସାହୁ, ଏସିଏଫ୍ ଅଞ୍ଜନ କୁମାର ମହାନ୍ତି, ରେଞ୍ଜ ଅଫିସର ଅଶୋକ କୁମାର ଦାସଙ୍କଠାରୁ ନନ୍ଦନକାନନର ଜୀବଜନ୍ତୁଙ୍କ ରକ୍ଷଣା ବେକ୍ଷଣ, ଖାଦ୍ୟପେୟ, ବାସସ୍ଥାନ ଓ ଚିକିତ୍ସା ପ୍ରଣାଳୀ ସଂପର୍କରେ ପଚାରି ବୁଝିବା ସହ କାଗଜପତ୍ର ଯାଞ୍ଚ କରିଛନ୍ତି। ପରେ ବ୍ୟାଟେରି ଚାଳିତ ଗାଡ଼ିରେ ନନ୍ଦନକାନନର ରହୁଥିବା ୧୫୪ ପ୍ରଜାତିର ସମସ୍ତ ୨୦୧୮ ଜୀବଜନ୍ତୁଙ୍କ ଖୁଆଡ଼କୁ ବୁଲି ଦେଖିଛନ୍ତି। ସେହିପରି କେନ୍ଦ୍ରୀୟ ଚିଡ଼ିଆଖାନ ନିୟମ ପାଳନ ହେଉଛି କି ନାହିଁ ବୁଲି ଦେଖିଛନ୍ତି। ଏତଦ୍ବ୍ୟତୀତ ବିଭିନ୍ନ ତ୍ରୁଟି ସୁଧାରିବାକୁ ସେ ନନ୍ଦନକାନନ କର୍ତୃପକ୍ଷଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ୱର ରହିଥିବା ୧୬୨ ଚିଡ଼ିଆଖାନା ମଧ୍ୟରୁ ୧୪ଟି ବୃହତ୍ ଚିଡ଼ିଆଖାନା ରହିଛି। ଏହି ୧୪ଟି ଚିଡ଼ିଆଖାନା ମଧ୍ୟରେ ନନ୍ଦନକାନନର ନାମ ରହିଛି। ସେହିପରି କେନ୍ଦ୍ରୀୟ ଚିଡ଼ିଆଖାନାର ନିୟମ ପାଳନ ହେଉଛି କି ନାହିଁ ପ୍ରତି ୩ ବର୍ଷରେ ଥରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷ ନିରୀକ୍ଷଣ କରି ପୁନଃ ଅନୁମତି ପ୍ରଦାନ କରିଥାଆନ୍ତି।
ନନ୍ଦନକାନନରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷ
/sambad/media/post_attachments/wp-content/uploads/2018/02/barang-nandankanan2.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)