ନାଟ୍ୟ ଉତ୍ସବ ‘ପୂର୍ବ ରଙ୍ଗ’: ମଞ୍ଚରେ ଜାଲିଆନାୱାଲା ବାଗ

ଭୁବନେଶ୍ବର: ପ୍ରଥମ ବିଶ୍ବଯୁଦ୍ଧ ପରେ ଭାରତରେ ଗାନ୍ଧୀଜୀଙ୍କ ନେତୃତ୍ବରେ ସ୍ବାଧୀନତା ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆରମ୍ଭ ହୋଇଥିଲା ଖିଲାପତ ଆନ୍ଦୋଳନ। ବ୍ରିଟିସ ସରକାର ରାଓଲଟ ଆଇନ କରି ଆନ୍ଦୋଳନକାରୀଙ୍କୁ ଜେଲ ଦଣ୍ଡ ଓ ମୃତ୍ୟୁଦଣ୍ଡର ବ୍ୟବସ୍ଥା କଲେ। ୧୯୧୯ ମସିହା ଏପ୍ରିଲ ୧୩ରେ ଅମୃତସରଠାରେ ଥିବା ଜାଲିଆନାୱାଲାବାଗରେ ପଞ୍ଜାବର ପାରମ୍ପରିକ ବୈଶାଖ ଉତ୍ସବ ପାଳନ କରିବା ପାଇଁ ସମବେତ ନୀରିହ ଜନତାଙ୍କୁ ପୂର୍ବ ସୂଚନା ନଦେଇ ଜେନେରାଲ ଡାୟର ସେମାନଙ୍କ ଉପରକୁ ୧୦ ମିନିଟ ଆଖିବୁଜା ଗୁଳି ଚାଳନା କଲେ। ଏହି ଲୋମହର୍ଷଣକାରୀ ଘଟଣାରେ ୩୭୯ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲା। ସ୍ବାଧୀନତା ଆନ୍ଦୋଳନର ଏହି ଚର୍ଚ୍ଚିତ କଥାବସ୍ତୁକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହୋଇଥିଲା ନାଟକ ‘ଜାଲିଆନାୱାଲା ବାଗ’।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚାଲିଥିବା ‘ପୂର୍ବରଙ୍ଗ’ କାର୍ଯ୍ୟକ୍ରମରେ ଏହି ନାଟକ ଭେଟି ଦେଇଥିଲେ ମୁମ୍ବାଇର ଅଶୋକ ବାଣ୍ଠିଆଙ୍କ ନାଟ୍ୟ ଦଳ। ସୂରଜ ପ୍ରକାଶ ଏହାର ରଚନା କରିଥିବା ବେଳେ ନିର୍ଦେଶନା ଦେଇଥିଲେ ଅଶୋକ ବାଣ୍ଠିଆ। ଅଶୋକ, ଅଜୟ, ହେମନ୍ତ, ଦୀକ୍ଷା, ସାରାଂଶ, ଜୟଦୀପ, ଅନ୍ବେଷ, ସଂଗୀତା, ସିଦ୍ଧାନ୍ତ, ଲଳିତ, ଯସ୍ମିନ, ସଚ୍ଚିନ, ଶୁଭମ, ପ୍ରସାଦ, ଇସୁ, ରାହୁଲ, ହିରେନ ଓ ଅମାନୋ ଅଭିନୟ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର, ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦେଶିକା ସଂଘମିତ୍ରା ଶତପଥୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଓଡ଼ିଶା ସଂଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ ଉପସ୍ଥିତ ଥିଲେ। ନାଟ୍ୟ ନିର୍ଦେଶକ ମନୋଜ ପଟ୍ଟନାୟକ ସଭା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର