ଭୁବନେଶ୍ବର: ଆଜି ପରଦାକୁ ଆସୁଛି ‘ନଟି ଗ୍ୟାଙ୍ଗ୍’। ୩ଟି ଗ୍ୟାଙ୍ଗ୍ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ରଟି ଏକ କମେଡି ଡ୍ରାମା। ପଙ୍କଜ ବିରାଟଙ୍କ ନିର୍ଦେଶିତ ଏହି ସିନେମାରେ ମୁକେଶ ତିୱାରୀ, ରଶ୍ମି ମିଶ୍ର, ବୀରେନ ବିକା, କୈଫ୍ ଖାନ୍, ମୋନିକା, ବିବିଧା କୀର୍ତି, ସୋନିଆ ବଂଶଲ ପ୍ରମୁଖ ଅଭିନୟ କରିଛନ୍ତି। ଏଥିସହ ଆଜି ମୁକ୍ତିଲାଭ କରିଛି ୨୦୧୪ରେ ମୁକ୍ତିଲାଭ କରିଥିବା ବହୁଚର୍ଚ୍ଚିତ ସିନେମା ‘ଗଡ୍ଜିଲା’ର ସିକ୍ବେଲ୍ ‘ଗଡ୍ଜିଲା: କିଙ୍ଗ୍ ଅଫ୍ ମୋନ୍ଷ୍ଟର୍ସ’। ଏହି ଚଳଚ୍ଚିତ୍ରରେ ମାଇକେଲ୍ ଡି’ଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ କାଇଲ୍ ଚାଣ୍ଡଲର, ବେରା ଫର୍ଗିମା, ମିଲି ବବିବ୍ରାଉନ୍, ବ୍ରେଡ୍ଲି ହ୍ବିଟ୍ଫୋର୍ଡ, ସାଲି ହକିନ୍ସ, ଚାର୍ଲସ ଡ୍ୟାନ୍ସ ଓ ଥୋମାସ ମିଡିଲ୍ଡିଚ୍ଙ୍କ ଅଭିନୟ ଦେଖିବାକୁ ମିଳିଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ନିର୍ମିତ ବିବେକ ଓବରୟଙ୍କ ଅଭିନୀତ ‘ପିଏମ୍ ନରେନ୍ଦ୍ର ମୋଦି’ ଏବଂ ଅର୍ଜୁନ କପୁରଙ୍କ ଅଭିନୀତ ‘ଇଣ୍ଡିଆସ୍ ମୋଷ୍ଟ୍ ୱାଣ୍ଟେଡ୍’ ଦେଖିବାକୁ ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି।
ଆଜି ଆସୁଛି ‘ନଟି ଗ୍ୟାଙ୍ଗ୍’
/sambad/media/post_attachments/wp-content/uploads/2019/05/Untitled-20-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)