ରୁଚିକା ଆତ୍ମହତ୍ୟା ମାମଲା: ନବନିର୍ମାଣ ଯୁବ ଛାତ୍ର ସଂଗଠନର ବିଧାନସଭା ଘେରାଉ ଉଦ୍ୟମ, ଟେକିନେଲା ପୁଲିସ୍‌

ଭୁବନେଶ୍ବର: ରୁଚିକାକୁ ନ୍ୟାୟ ଦେବାକୁ ନବନିର୍ମାଣ ଯୁବ ଛାତ୍ର ସଂଗଠନ ବିଧାନସଭା ଘେରାଉ ଉଦ୍ୟମ ବେଳେ ବିଧାନସଭା ଆଗରୁ ଉଠାଇ ନେଲା ପୁଲିସ। ନବନିର୍ମାଣ ଯୁବ ଛାତ୍ର ସଂଗଠନର ଏକାଧିକ ଯୁବକ ଓ ରୁଚିକାଙ୍କ ମାଆ ଝିଅର ନ୍ୟାୟ ପାଇଁ ବିଧାନସଭା ଆଡକୁ ଧସେଇ ପଶିଲା ବେଳେ ଗିରଫ କଲା କମିଶନରେଟ୍ ପୁଲିସ। ରୁଚିକା ମାଆ ରାଜଧାନୀର ରାଜରାସ୍ତାରେ କାନ୍ଦି କାନ୍ଦି ନବୀନ ପଟ୍ଟନାୟକଙ୍କୁ ନ୍ୟାୟ ମାଗୁଛନ୍ତି ।

ଘଟଣାକୁ ୫ମାସ ବିତି ଯାଇଥିଲେ ବି ଅଭିଯୁକ୍ତଙ୍କୁ ଗିରଫ କଲାନି ପୁଲିସ ବୋଲି ରୁଚିକାଙ୍କ ମାଆ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଚାପରେ ଘଟଣାକୁ କମିଶନରେଟ ପୁଲିସ ଚାପି ଦେବାକୁ ଉଦ୍ୟମ କରୁଛି । ଆଜି ଟ୍ରେଲର୍‌ ଦେଖେଇଲୁ ଆଗକୁ ଫିଲ୍ମ ଦେଖେଇବୁ ବୋଲି ସେ କହିଛନ୍ତି । ରୁଚିକାକୁ ନ୍ୟାୟ ନ ମିଳିବା ଯାଏ ନବନିର୍ମାଣ ଯୁବ ଛାତ୍ର ସଂଗଠନ ଆନ୍ଦୋଳନ ଜାରି ରଖିବ। ଆଜି ବିଧାନସଭା ଘେରାଉ କରୁଥିଲୁ ଆଗକୁ ନବୀନ ଓ ପାଣ୍ଡିଆଙ୍କ ବାସଭବନ ଘେରାଉ କରିବୁ। ନବୀନ ପଟ୍ଟନାୟକ ତୁମେ ରୁଚିକାକୁ ନ୍ୟାୟ ଦିଅ। ନହେଲେ ଆଗକୁ ନବନିର୍ମାଣ ଯୁବ ଛାତ୍ର ସଂଗଠନ ସାରା ଓଡ଼ିଶାରେ ଆନ୍ଦୋଳନ ଜୋରଦାର କରିବ ବୋଲି ଶୁଣିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର