ଭୁବନେଶ୍ୱର: ଆଜି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ଚାଷୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ ଚାଷବାସ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଦି ସଂପର୍କରେ ଆଲୋଚନା କରିଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚାଷୀମାନଙ୍କୁ ନିୟମିତ ଭାବେ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଭୁବନେଶ୍ୱରର ଇମେଜ୍ରେ ଚାଲିଥିବା କୃଷକ ସଚେତନତା କାର୍ଯ୍ୟକ୍ରମରେ ବହଳଦା ବ୍ଲକର ଚାଷୀମାନେ ଭାଗ ନେଇଥିଲେ। ସେହିପରି ଆଜି ଆନନ୍ଦପୁରର ୧୫ଜଣ ମହିଳାଙ୍କ ସମେତ ୪୭ଜଣ ଚାଷୀ ଭାଗ ନେଇଥିଲେ। ସେମାନଙ୍କୁ ଜୈବିକ ଚାଷ, ମତ୍ସ୍ୟ ଚାଷ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କାର୍ଯ୍ୟକ୍ରମ ସଂପର୍କିତ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସବୁ ବ୍ଲକର ଚାଷୀମାନଙ୍କୁ ପର୍ଯ୍ୟାୟକ୍ରମେ ସଚେତନ କରାଯାଉଛି।
ନବୀନ ନିବାସରେ ବହଳଦା ଚାଷୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
/sambad/media/post_attachments/wp-content/uploads/2018/06/farmer-naveen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)