ଆଜି ହିଞ୍ଜିଳିରୁ ନବୀନଙ୍କ ନାମାଙ୍କନ, ୨୫ରେ ବିେଜପୁରରେ!

ବ୍ରହ୍ମପୁର/ବରଗଡ଼: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁ‌ପ୍ରିମୋ ନବୀନ ପଟ୍ଟନାୟକ ପ୍ରତିନିଧିତ୍ବ କରୁଥିବା ହିଞ୍ଜିଳି ନିର୍ବାଚନମଣ୍ଡଳୀ ଏହି ପର୍ଯ୍ୟାୟରେ ରହିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଛତ୍ରପୁର ଠାରେ ହଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ। ରିଟର୍ଣ୍ଣିଂ ଅଫିସର ତଥା ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ। ହେଲିକେପ୍ଟର ‌ଯୋଗେ ଆସି ନବୀନ ପ୍ରଥମେ ତାରାତାରିଣୀ ମନ୍ଦିର ଯିବେ। ସକାଳ ୯ଟା ୪୫ରେ ମାଆଙ୍କ ଦର୍ଶନ କରି ଛତ୍ରପୁର ଆସିବେ। ୧୧ଟା ୦୫ରେ ପ୍ରାର୍ଥିପତ୍ର ଦାଖଲ କରି ୧୧ଟା ୪୫ରେ ଭୁବନେଶ୍ବର ଫେରିବେ। ବିଜେପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୫ତାରିଖ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବା ସମ୍ଭାବନା ରହିଛି। ସେହିଦିନ ପଦ୍ମପୁର ଟିକେଟ୍‌ ପାଇଥିବା ବିଜୟ ରଂଜନସିଂ ବରିହା ମଧ୍ୟ ନାମାଙ୍କନ ଦାଖଲ କରିବେ ବୋଲି ଶୁଣଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନକୁ ଏକ ସମାରୋହର ରୂପ ଦେବା ପାଇଁ ଏବେଠୁ ବିଜେଡି ଉଦ୍ୟମ ଆରମ୍ଭ କଲାଣି। ବରଗଡ଼ ତଥା ଆଖପାଖର ତୁଙ୍ଗ ନେତାମାନେ ଏଥିରେ ସାମିଲ ହେବେ।

ସମ୍ବନ୍ଧିତ ଖବର