ନବୀନଙ୍କ ଶପଥ ଗ୍ରହଣ ପାଇଁ ବଢ଼ିଲା ଟ୍ରାଫିକ୍‌ କଟକଣା, ରାଜଧାନୀର କେଉଁ ରାସ୍ତା ପାଇଁ କି ନିୟମ ରହିଛି ଜାଣନ୍ତୁ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ମଙ୍ଗଳବାର ଟ୍ରାଫିକ କଟକଣା ଜାରି ହୋଇଛି। ବିଜେଡି ସୁପ୍ରିମୋ ବୁଧବାର ପୂର୍ବାହ୍ନରେ ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥି ପାଇଁ ସକାଳ ୭ଟାରୁ ୧୨ଟା ଯାଏଁ ମଧୁସୂଦନ ମାର୍ଗରେ ସର୍ବସାଧାରଣ ଲୋକଙ୍କ ପାଇଁ ଯାତାୟତ ବନ୍ଦ ରହିବ।

ରାମ ମନ୍ଦିର ଠାରୁ ହାଉସିଂ ବୋର୍ଡ ରାସ୍ତା ଦେଇ ଯାଇଥିବା ମଧୁସୂଦନ ମାର୍ଗରେ ଟ୍ରାଫିକ କଟକଣା ରହିବ। ଏହି ସମୟରେ ବିନା ପାସ୍‌ରେ କୌଣସି ଗାଡ଼ି ମଧୁସୂଦନ ମାର୍ଗରେ ଗାଡ଼ି ଯାଇ ପାରିବ ନାହିଁ। ବାଣୀବିହାର ଆଡୁ ଆସିଲେ ଲୋକଙ୍କୁ ମାଷ୍ଟରକ୍ୟାଣ୍ଟିନ ଦେଇ ଯିବାକୁ ପଡ଼ିବ। ସେହିଭଳି ଆଚାର୍ଯ୍ୟବିହାର ଆଡୁ ଆସିଲେ ପିଏମ୍‌ଜି ଦେଇ ବୁଲିବାକୁ ଆସିବାକୁ ହେବ।

ସୂଚନାଯୋଗ୍ୟ, ରାତି ପାହିଲେ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ନେବେ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ  ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ରାଜଧାନୀ ଭୁବନେଶ୍ୱରର ଖାରବେଳ ନଗରସ୍ଥିତ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।

 

ସମ୍ବନ୍ଧିତ ଖବର