ଭୁବନେଶ୍ବର: ନବନିର୍ମାଣ ଯୁବଛାତ୍ର ସଂଗଠନର ‘ଛାତ୍ର ଜାଗୃତି’ ଅଭିଯାନ ଆରମ୍ଭ ହୋଇଛି। ଯୁବଛାତ୍ର ରାଜ୍ୟ ସଂଯୋଜକ ମହମ୍ମଦ ମନୱର୍ ଅଲ୍ଲୀଙ୍କ ନେତୃତ୍ବରେ ଆଜି ନୂଆପଲ୍ଲୀସ୍ଥିତ ଦେବରାୟ ଓ ରାଜଧାନୀ କଲେଜରୁ ଏହି ଅଭିଯାନ ଆରମ୍ଭ ହୋଇଛି। ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ଓ ସହପ୍ରତିଷ୍ଠାତା ଶେଷଦେବ ନନ୍ଦ ଛାତ୍ରମାନଙ୍କୁ ସମ୍ବୋଧିତ କରିଥିଲେ। ଗୁରୁଶିଷ୍ୟ ପରମ୍ପରା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏହି ଅଭିଯାନର ମୂଳ ଲକ୍ଷ୍ୟ ରହିଛି। ମହାପୁରୁଷମାନଙ୍କ ପଦାଙ୍କ ଅନୁସରଣ କରି ଛାତ୍ର ସମାଜ ଏକଜୁଟ୍ ହେବାକୁ ଯୁବ ଛାତ୍ର ସଂଗଠନର ସଂଯୋଜକ ମନୱର ଅଲ୍ଲୀ ଆହ୍ବାନ ଦେଇଥିଲେ। ଅଗଷ୍ଟ ୪ରୁ ୧୮ ତାରିଖ ଯାଏ ବାଲେଶ୍ବରରୁ ଭୁବନେଶ୍ବର ପଦଯାତ୍ରା ଚାଲିବ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବୀପ୍ରସାଦ ମହାରଣା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶେଷରେ କଲେଜ କ୍ୟାମ୍ପସ୍ରୁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। ଅମିତ ଜେନା, ନିଗମାନନ୍ଦ ବେହେରା, ରାହୁଲ ବେହେରା, ସୋହେଲ ଖାନ୍, ଶ୍ରେୟାଂଶୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ନବନିର୍ମାଣ ଯୁବଛାତ୍ର ସଂଗଠନର ‘ଛାତ୍ର ଜାଗୃତି’ ଅଭିଯାନ
ନବନିର୍ମାଣ ଯୁବଛାତ୍ର ସଂଗଠନର ‘ଛାତ୍ର ଜାଗୃତି’ ଅଭିଯାନ ଆରମ୍ଭ ହୋଇଛି। ଯୁବଛାତ୍ର ରାଜ୍ୟ ସଂଯୋଜକ ମହମ୍ମଦ ମନୱର୍ ଅଲ୍ଲୀଙ୍କ ନେତୃତ୍ବରେ ଆଜି ନୂଆପଲ୍ଲୀସ୍ଥିତ ଦେବରାୟ ଓ ରାଜଧାନୀ କଲେଜରୁ ଏହି ଅଭିଯାନ ଆରମ୍ଭ ହୋଇଛି। ସଂଗଠନର...
/sambad/media/media_files/2025/07/22/naba-nirman-2025-07-22-06-23-14.jpg)