ନୂଆପଲ୍ଲୀ ଶ୍ମଶାନ ଜମି ଓ ଖେଳପଡ଼ିଆ ଅଧିଗ୍ରହଣକୁ ପୁଣି ବିରୋଧ: ଫେରିଗଲା ଉଚ୍ଛେଦକାରୀ ଦଳ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ସଂପ୍ରସାରଣ ପାଇଁ ନୂଆପଲ୍ଲୀ ଶ୍ମଶାନ ଓ ମୁଣ୍ଡାସାହି ଖେଳ ପଡ଼ିଆକୁ ଅଧିଗ୍ରହଣ କରିବାକୁ ଆସି ପୁଣି ସ୍ଥାନୀୟ ଲୋକଙ୍କ ବିରୋଧର ଶିକାର ହୋଇଛି ବିଡିଏ ଉଚ୍ଛେଦକାରୀ ଦଳ। ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ଲୋକେ ଶାନ୍ତିପୂର୍ଣ୍ଣ ଭାବେ ଉଚ୍ଛେଦକାରୀ ଦଳକୁ ବିରୋଧ କରିଥିଲେ। ଏହା ପରେ ଦୀର୍ଘ ୨ଘଣ୍ଟାର ଆଲୋଚନା ପରେ ଉଚ୍ଛେଦକାରୀ ଦଳ ଗାଁ ଶ୍ମଶାନ ଓ ଖେଳପଡ଼ିଆକୁ ଉଚ୍ଛେଦ କରିବାରୁ ବିରତ ରହିଥିଲେ। ଏହି ବିକ୍ଷୋଭରେ ପୂର୍ବତନ କର୍ପୋରେଟର ନବକିଶୋର ବେହେରା, ପୁଷ୍ପାଞ୍ଜଳି ଦାଶ, ନିତ୍ୟାନନ୍ଦ ବେହେରା, ପ୍ରଦୀପ ଦାସ, କୃଷ୍ଣଚନ୍ଦ୍ର ପୃଷ୍ଟି, ଅର୍ଜୁନ ବେହେରା, ମାନସ ଭୋଇ, ଜଗନ୍ନାଥ ବେହେରା, ସର୍ବେଶ୍ୱର ବେହେରା, ରାଜକିଶୋର ସାମନ୍ତରାୟ, ଅଶ୍ୱିନୀ କୁମାର ଦେବତା, ମନୋରଂଜନ ମହାନ୍ତି, କାମାକ୍ଷ ପ୍ରସାଦ ପଣ୍ଡା, ମହେଶ୍ବର ବେହେରା, ଦାଶରଥୀ ବେହେରା, ସାଗର ବଳବନ୍ତରାୟଙ୍କ ସମେତ ବେହେରା ସାହି, ଭୋଇ ସାହି, ଶବର ସାହି ଓ ମୁଣ୍ଡା ସାହିର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର