ଭୁବନେଶ୍ୱର: ଇସ୍କନ ମନ୍ଦିର ପରିସରରେ ଥିବା ସ୍ମୃତି ମନ୍ଦିରରେ ପ୍ରତିଷ୍ଠା ହେବ ଗୌରାଙ୍ଗ ଗୋବିନ୍ଦ ସ୍ୱାମୀ ଗୁରୁ ମହାରାଜଙ୍କ ବିଗ୍ରହ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ତିନିଦିନ ଧରି ଭଗ୍ନ ସମାଧିର ଅବଶିଷ୍ଟାଂଶ ଖୋଳା ଚାଲିଥିବା ବେଳେ ଆଜି ଏହା ଶେଷ ହୋଇଛି। ଆଜି ମାଟି ଓ ସମାଧିକୁ ଇସ୍କନ ସମ୍ମୁଖରୁ ସ୍ମୃତି ମନ୍ଦିରକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ପୂଜାର୍ଚ୍ଚନା କରି ସ୍ୱାମୀଜୀଙ୍କ ବିଗ୍ରହ ପ୍ରତିଷ୍ଠା କରାଯିବ ବୋଲି ଇସ୍କନ କର୍ତ୍ତୃପକ୍ଷ କହିଛନ୍ତି।
ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଧରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଜମିକୁ ଜବରଦଖଲ କରି ଇସ୍କନ କର୍ତ୍ତୃପକ୍ଷ ନିର୍ମାଣ କରିଥିବା ପ୍ରଭୁପାଦ ଘର ଓ ଗୌରାଙ୍ଗ ଗୋବିନ୍ଦ ସ୍ୱାମୀ ଗୁରୁ ମହାରାଜଙ୍କ ସମାଧିକୁ ବିଏମ୍ସି ଓ ବିଡିଏ ପକ୍ଷରୁ କିଛିଦିନ ତଳେ ଉଚ୍ଛେଦ କରାଯାଇଥିଲା। ସେହିପରି ଇସ୍କନ ନିକଟରେ ଥିବା ବିଗ୍ବଜାର ସମ୍ମୁଖ ଜବରଦଖଲକୁ ମଧ୍ୟ ବିଏମ୍ସି ଓ ବିଡିଏ କର୍ତ୍ତୃପକ୍ଷ ଉଚ୍ଛେଦ କରିଥିଲେ। ବିଗ୍ବଜାର ସମ୍ମୁଖ ଫୁଟ୍ପାଥ୍କୁ ଏକ୍ସକାଭେଟରରେ ତାଡ଼ି ଦିଆଯାଇଥିଲା। କିନ୍ତୁ ଉଚ୍ଛେଦର ଦିନକ ପରେ ମଲ୍ କର୍ତ୍ତୃପକ୍ଷ ପୁଣି ଫୁଟପାଥ୍ ନିର୍ମାଣ କରିଦେଲେ। ଗ୍ରାହକଙ୍କ ସୁବିଧା ପାଇଁ ଫୁଟ୍ପାଥ୍କୁ ମରାମତି କରାଯାଇଥିବା କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ଡ୍ରେନ୍ କାମ ଆରମ୍ଭ ହେଲେ ଉଚ୍ଛେଦରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ମଲ୍ କର୍ତ୍ତୃପକ୍ଷ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/m3.jpg)