ଭୁବନେଶ୍ୱର: ବିଶ୍ୱ ବନ୍ଧୁତ୍ଵ ଦିବସ ଅବସରରେ ନୂଆପଲ୍ଲୀ ୱାର୍ଡ ନଂ ୩୯ସ୍ଥିତ ଶ୍ରୀଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ପରିସରରେ ନୂଆସାହି ମହାବୀର ସାମାଜିକ ସଂଗଠନ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରୁ ମୋଟ ୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ସମାଜସେବୀ ତଥା ମହାବୀର ସମାଜିକ ସଂଗଠନର ସମ୍ପାଦକ ମିଲନ ପାଇକରାୟଙ୍କ ନେତୃତ୍ଵରେ ଆୟୋଜିତ ଏହି ଶିବିରରେ କସ୍ତୁରି ମହିଳା ସଂଗଠନ, ବାଲିତୋଟାସାହି ଓନର୍ସ ଆସୋସିଏସନ୍ ଓ ନୂଆସାହି ବରିଷ୍ଠ ନାଗରିକମାନେ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଯୋଗ ଦେଇଥିବା ବେଳେ ନୂଆସାହି ପୂଜା କମିଟିର ସଭାପତି ବିବେକାନନ୍ଦ କର, ସଂପାଦକ ଶୈଳେନ୍ଦ୍ର ପ୍ରସାଦ ରାୟ, ଉପସଭାପତି ମନୋଜ ଜେନା, ବାଲିତୋଟାସାହି ଓନର୍ସ ଆସୋସିଏସନ୍ର କୋଷାଧ୍ୟକ୍ଷ ଆଶିଷ ସେଠୀ, କସ୍ତୁରି ମହିଳା ସଂଗଠନର ସଭାପତି କନକବାଳା ମହାପାତ୍ର, ସଂପାଦିକା ବନଜା ଦାସ ଓ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରୁ ରାହାସ ବିହାରୀ ପାଣି, ଶର ତଚନ୍ଦ୍ର ନାୟକ, ଭରତ ଚନ୍ଦ୍ର ମିଶ୍ର, ଶ୍ୟାମସୁନ୍ଦର ସାହୁ, ରବୀନ୍ଦ୍ରନାଥ ସାହୁ, ଭରତ ଚନ୍ଦ୍ର ପାତ୍ର, ମଧୁସୂଦନ ପାତ୍ର, କାହ୍ନଚରଣ ଦାଶ, ପର୍ଶୁରାମ ସାହୁ, ଅଧିରାଜ ମହାପାତ୍ର, ଅଶ୍ୱିନୀ ସେନାପତି ଓ ସମାଜସେବୀ ରାଜେଶ ମହାପାତ୍ର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସଂଗଠନର ସଦସ୍ୟମାନଙ୍କ ମଧ୍ୟରୁ ସତ୍ୟବାନ ସାହୁ, ପ୍ରତାପ ପ୍ରଧାନ, ଅନୁଜ ଚନ୍ଦନ ନାୟକ, ଆଶୁତୋଷ ମଲ୍ଲିକ, ଚନ୍ଦ୍ରଶେଖର ଦଳାଇ, ବିଜୟ ଖୁଣ୍ଟିଆ ଓ ବିଜୟ ବେହେରା ପ୍ରମୁଖ ଶିବିର ପରିିଚାଳନା କରିଥିଲେ। ମ୍ୟୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଡା. ଜୟଦୀପ ଘୋଷ ଓ ସହକର୍ମୀମାନେ ରକ୍ତସଂଗ୍ରହ କରିଥିଲେ।
ନୟାପଲ୍ଲୀ ୱାର୍ଡ ନଂ ୩୯ରେ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2018/08/m8-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)