ଭୁବନେଶ୍ବର :‘ନିଟ୍‌’ ପରୀକ୍ଷାରେ ଓଡ଼ିଶାର ୧୯ ହଜାର ୨୪୪ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ କେବଳ ଭୁବନେଶ୍ବରରୁ ୮ ହଜାର ପରୀକ୍ଷାର୍ଥୀ ସଫଳତାର ସହ ରୢାଙ୍କ ହାସଲ କରିଛନ୍ତି। ତେବେ ସହରରେ ଥିବା କୋଚି˚ ସେଣ୍ଟରଗୁଡ଼ିକ ଆଶାନୁଯାୟୀ ରେଜଲ୍ଟ କରିନାହାନ୍ତି। ‌ଦେଶର ଶ୍ରେଷ୍ଠ ଶହେ ରୢାଙ୍କ ମଧ୍ୟରେ ଯେଉଁଭଳି ଛାତ୍ରଛାତ୍ରୀ ରହିବା କଥା ସେଭଳି ନ ଥିବା ଦେଖିବାକୁ ମିଳିଛି। ତଥାପି କିଛି ‌କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ଶତ ପ୍ରତିଶତ ଫଳ କରିଛନ୍ତି। ଛାତ୍ରଛାତ୍ରୀ ୫୦୦ରୁ ଅଧିକ ମାର୍କ ରଖି ଦେଶରେ ଥିବା ସରକାରୀ ମେଡିକାଲ କଲେଜରେ ନାମଲେଖା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଆଉ କିଛି ସେଣ୍ଟରର ଛାତ୍ରଛାତ୍ରୀ ୬୦୦ରୁ ଅଧିକ ମାର୍କ ରଖି ‌ଶିକ୍ଷାନୁଷ୍ଠାନ ଲାଗି ଗୌରବ ଆଣିବା ସହ ଭଲ ସିଟ୍‌ ପାଇବାକୁ ଆଶା ରଖିଛନ୍ତି। ତେବେ ବାତ୍ୟା ଯୋଗୁ ଅଲଗା ପରୀକ୍ଷା କରାଯିବ, ପ୍ରଶ୍ନପତ୍ରରେ କଷ୍ଟକର ପ୍ରଶ୍ନ ଆସିବା ଯୋଗୁଁ ଛାତ୍ରଛାତ୍ରୀ ଭଲ ରୢାଙ୍କ ପାଇବାରେ ବିଫଳ ହୋଇଛନ୍ତି। ତଥାପି ଯେଉଁ ରେଜଲ୍ଟ ହୋଇଛି ତାହାକୁ ‌ନେଇ କୋଚିଂ ସେଣ୍ଟରଗୁଡ଼ିକରେ ଉତ୍ସାହ ଦେଖିବାକୁ ମିଳିଛି।

Advertisment

‘ଆକାଶ’ ଇନ୍‌ଷ୍ଟିଚ୍ୟୁଟ୍‌
ଏଥର ବି ‘ଆକାଶ’ ଇନ୍‌ଷ୍ଟିଚ୍ୟୁଟ୍‌ ପୂର୍ବ ସଫଳତା ଦୋହରାଇଛି। ପରୀକ୍ଷା ଦେଇଥିବା ଦୁଇ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଛାତ୍ର ଆଶୁତୋଷ ଦାଶ ୬୭୦ ମାର୍କ ରଖି ସର୍ବଭାରତୀୟସ୍ତରରେ ୨୨୨ତମ ସ୍ଥାନରେ ରହିଛନ୍ତି। ସେହିପରି ବିଶ୍ବଜିତ୍‌ ନାୟକ ୨୮୬, ସୋହନ ଦିଣ୍ଡା ୨୯୦, ଦୀପ୍ତିରଞ୍ଜନ ପଣ୍ଡା ୪୦୯, ଆଶିଷ କୁମାର ରାଉତ ୫୧୪, ପାପୁନ କୁମାର ରାଉତ ୬୬୦, ପ୍ରତ୍ୟୁଷ କୁମାର ଖୁଣ୍ଟିଆ ୬୪୫, ନନ୍ଦିନୀ ଅଗ୍ରୱାଲ ୮୩୪, ଅମ୍ଳାନ ମହାପାତ୍ର ୯୩୪ତମ ରୢାଙ୍କରେ ରହିଛନ୍ତି। ଉକ୍ତ ଛାତ୍ରଛାତ୍ରୀ ୬୫୦ରୁ ଅଧିକ ମାର୍କ ରଖିଛନ୍ତି। ସରକାରୀ ମେଡିକାଲ କଲେଜରେ ପଢ଼ିବା ଲାଗି ଶହେରୁ ଅଧିକ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିଛନ୍ତି। ଆକାଶର ନିର୍ଦେଶକ ଏ ବି ସି˚ କହିଛନ୍ତି ଯେ ସର୍ବଭାରତୀୟସ୍ତରରେ ଆକାଶର ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି। ଦେଶର ଶ୍ରେଷ୍ଠ ୧୦ଟି ସ୍ଥାନ ମଧ୍ୟରୁ ୯ ଜଣ ଆକାଶର ଛାତ୍ରଛାତ୍ରୀ ରହିଛନ୍ତି। ସର୍ବଭାରତୀୟସ୍ତରରେ ୨, ୩, ୪, ୫, ୬, ୮ ଓ ୯ ନମ୍ବର ରୢାଙ୍କରେ ଥିବା ଛାତ୍ରଛାତ୍ରୀ କ୍ଲାସରୁମ୍‌ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ରୢାଙ୍କ ୧ ଓ ୭ରେ ଥିବା ଛାତ୍ର ଡିଷ୍ଟାଣ୍ଟ ଲଣ୍ଣିଂ କାର୍ଯ୍ୟକ୍ରମରେ ଭାଗନେଇ ସଫଳତା ହାସଲ କରିଛନ୍ତି।

ଟର୍କ କ୍ଲାସେସ୍‌
‘ଟର୍କ କ୍ଲାସେସ୍‌’ର ଛାତ୍ରଛାତ୍ରୀ ‘ନିଟ୍‌’ରେ ବାଜିମାତ୍‌ କରିଛନ୍ତି। ୩୯୦ରୁ ଅଧିକ ଛାତ୍ରଛାତ୍ରୀ ନିଟ୍‌ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୦ରୁ ଅଧିକ ଛାତ୍ରଛାତ୍ରୀ ସରକାରୀ ମେଡିକାଲ କଲେଜରେ ନାମଲେଖା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ୮ ଜଣ ଛାତ୍ରଛାତ୍ରୀ ୬୦୦ରୁ ଅଧିକ ମାର୍କ ରଖିଛନ୍ତି। ୫୨୦ ଉପରକୁ ୭୦ ଜଣ ପିଲା ରହିଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ବପ୍ନ ସାକାର କରିବା ଦିଗରେ ‘ଟର୍କ କ୍ଲାସେସ୍‌’ ଅଙ୍ଗିକାରବଦ୍ଧ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ମାୟାଧର କ୍ଲାସେସ୍‌
ମାୟାଧର କ୍ଲାସେସ୍‌ର ୪୮୬ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ଶତାଧିକ ଛାତ୍ରଛାତ୍ରୀ ସରକାରୀ ମେଡିକାଲ୍‌ କଲେଜ୍‌ରେ ନାମ ଲେଖାଇବା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ଏଠାକାର ୧୦ ରୁ ଅଧିକ ଛାତ୍ର ଛାତ୍ରୀ ୬୦୦ରୁ ଊର୍ଧ୍ବ ମାର୍କ ରଖି ଶିକ୍ଷାନୁଷ୍ଠାନକୁ ଗୌରବାନ୍ବିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅର‌୍‌ମାନ ଖାନ, ତାପସ କୁମାର ସାହୁ, ରାହୁଲ୍‌ ଗୁପ୍ତା, ଅଭିଳାଷ ରାଣା, ସୁରଜ କୁମାର କମିଳା, ସମ୍ବିତ କୁମାର‌ ବାରିକ, ସୌରଭ କୁମାର‌ ପାଣ୍ତେ, ରାଜ ମେହେର‌ ଅନ୍ୟତମ। ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ପରେ ମାୟାଧାର କ୍ଲାସେସ୍‌ର ମୁଖ୍ୟ ମାୟାଧର ସାହୁ କୃତୀ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଜିନୋମ୍‌ କ୍ଲାସେସ୍‌
ଭୁବନେଶ୍ବର ସତ୍ୟନଗରରେ ଥିବା ‘ଜିନୋମ୍‌ କ୍ଲାସେସ୍‌’ର ୧୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫୫ ଜଣ ୫୦୦ରୁ ଅଧିକ ନମ୍ବର ରଖିଛନ୍ତି। ୪ ଜଣ ୬୦୦ରୁ ଅଧିକ ମାର୍କ ରଖିଛନ୍ତି। ଛାତ୍ର ଜ୍ୟୋତିରଞ୍ଜନ ୬୩୩ ମାର୍କ ରଖିଥିବା ବେଳେ ଲକ୍ଷ୍ମୀକାନ୍ତ ମହାପାତ୍ର ୬୨୮, ସନ୍ଦୀପ୍‌ କୁମାର ବେହେରା ୬୧୧, ମନୋଜ ପଣ୍ଡା ୬୦୦ ମାର୍କ ରଖିଛନ୍ତି। ‘ଜିନୋମ୍‌ କ୍ଲାସେସ୍‌’ର ମୁଖ୍ୟ ରଶ୍ମିରଞ୍ଜନ ପଟ୍ଟନାୟକଙ୍କ କହିବାନୁଯାୟୀ ଉନ୍ନତ ଓ ଅଭିଜ୍ଞ ଶିକ୍ଷକଙ୍କ ଦ୍ବାରା କୋଚି˚ ଦିଆଯାଉଛି। ଯେଉଁଥିପାଇଁ ଏଠାକାର ପିଲାମାନେ ଗୋଟିଏ ବର୍ଷରେ ଏଭଳି ସଫଳତା ହାସଲ କରିପାରିଛନ୍ତି। ସମସ୍ତ ଛାତ୍ରଛାତ୍ରୀ ରୢାଙ୍କ ପାଇଛନ୍ତି।

ବ୍ରହ୍ମସ୍ମି ଟ୍ୟୁଟୋରିଆଲ
ଏଠାରେ ପରୀକ୍ଷା ଦେଇଥିବା ୧୬୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣ ୬୦୦ରୁ ଅଧିକ ମାର୍କ ରଖିଛନ୍ତି। ୬୫ ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ନମ୍ବର ରଖିଥିବା ଜଣାପଡ଼ିଛି। ଛାତ୍ର ସୌମ୍ୟଦୀପ୍‌ ବେହେରା ୬୩୮ ମାର୍କ ରଖିଥିବା ବେଳେ ଚନ୍ଦ୍ରବିନ୍ଦୁ ମିଶ୍ର ୬୩୧, ସିଦ୍ଧାନ୍ତ ସାହୁ ୬୧୭, ଆକାଂକ୍ଷା ପୃଷ୍ଟି ୬୧୨ ମାର୍କ ରଖିଛନ୍ତି।

ଓଡ଼ିଆରେ ପରୀକ୍ଷା ଦେଲେ ୭୦୦

ଓଡ଼ିଶା ପିଲା ନିଜ ମାତୃଭାଷା ଓଡ଼ିଆ ଭାଷାରେ ପରୀକ୍ଷା ଦେବେ। ଭଲ ରେଜଲ୍ଟ କରିବେ। ଏଭଳି ଦାବିରେ ୨୦୧୬‌ରେ ଉଠିଥିଲା । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ବିଧାୟକ, ସା˚ସଦମାନେ ମଧ୍ୟ ଏକ ସ୍ବରରେ ଓଡ଼ିଆ ଭାଷାରେ ନିଟ୍‌ କରିବାକୁ ଦାବି ଉଠାଇଲେ। ଯେଉଁଥିପାଇଁ ଶେଷରେ ଅନ୍ୟ ୮ଟି ଆଞ୍ଚଳିକ ଭାଷା ପରି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ‘ନିଟ୍‌’ରେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର କରାଗଲା। କିନ୍ତୁ ଓଡ଼ିଶାର ପିଲା ‘ଓଡ଼ିଆ’ ଭାଷାରେ ପରୀକ୍ଷା ଦେବାକୁ ଅମଙ୍ଗ ହୋଇଥିବା ଆଜି ପ୍ରକାଶିତ ‘ନିଟ୍‌’ ପରୀକ୍ଷା ଫଳ ପରେ ଜଣାପଡ଼ିଛି।

ଗତବର୍ଷ ପରି ଏଥର ବି ଇ˚ରାଜୀ ଓ ହିନ୍ଦୀ ସମେତ ୯ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ମୋଟ ୧୧ଟି ଭାଷାରେ ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଇ˚ରାଜୀ ଭାଷାରେ ସର୍ବାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହା ତଳକୁ ହିନ୍ଦୀ ଭାଷାରେ ପରୀକ୍ଷାର୍ଥୀ ରହିଥିଲେ। ଉଭୟ ହିନ୍ଦୀ ଓ ଇଂରାଜୀରେ ୯୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଆଞ୍ଚଳିକ ଭାଷାରେ ଦେଢ଼ ଲକ୍ଷରୁ କମ୍‌ ପିଲା ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଓଡ଼ିଆ ଭାଷାରେ ପରୀକ୍ଷା ଦେଉଥିବା ପିଲାଙ୍କ ସ˚ଖ୍ୟା ଅନ୍ୟ ଭାଷା ତୁଳନାରେ ପଛରେ ପଡ଼ିଛି। ମାତ୍ର ୭୦୦ ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ନିଟ୍‌ ଦେଇଥିଲେ। ଅବଶ୍ୟ ଗତବର୍ଷ ୨୭୯ ପରୀକ୍ଷାର୍ଥୀଙ୍କ ତୁଳନାରେ ଏଥର ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ପରୀକ୍ଷା ଦେଇଥିଲେ।