ଓଡ଼ିଶା ଆସିବେ ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ ଲୋକେନ୍ଦ୍ର ବାହାଦୁର

ଭୁବନେଶ୍ବର: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଲୋକେନ୍ଦ୍ର ବାହାଦୁର ଚାନ୍ଦ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ୨୯ ତାରିଖ ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। ବ୍ରହ୍ମେଶ୍ବର ମନ୍ଦିର ନିକଟରେ ରହୁଥିବା ସନ୍ଥ ତଥା ତାଙ୍କ ଗୁରୁ ସ୍ବାମୀ ଦିବ୍ୟାନନ୍ଦ ଗିରି ମହାରାଜଙ୍କୁ ସାକ୍ଷାତ କରିବେ। ୩୦ରେ ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ମନ୍ଦିରରେ ପୂଜାର୍ଚନା କରି ସେଠାରୁ କୋଣାର୍କ ସୂର୍ଯ୍ୟମନ୍ଦିର ଅଭିମୁଖେ ଯିବେ। ପୁରୀରେ ରାତ୍ରିଯାପନ ପରେ ୩୧ ତାରିଖରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏନେଇ ଓଡ଼ିଶା ଇଣ୍ଟରନାସ୍‌ନାଲ୍‌ ସେଣ୍ଟର ପକ୍ଷରୁ ଭାରତୀୟ ବିଦ୍ୟାଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେଣ୍ଟରର ସଭାପତି ପରେଶ ନାୟକ ସୂଚନା ଦେଇଛନ୍ତି। ଏହି ଅବସରରେ ସେଣ୍ଟର ସମେତ ଓଁକାରନାଥ ମିସନ୍‌ ପକ୍ଷରୁ ତାଙ୍କୁ ସ୍ବାଗତ କରାଯିବ। ସ୍ବାଗତ କରିବା ପାଇଁ ଏକ ରାଜ୍ୟସ୍ତରୀୟ ସ୍ବାଗତ ସମ୍ବର୍ଧନା ସମିତି ଗଠନ ହୋଇଛି। ଭାରତୀୟ ବିଦ୍ୟାଭବନର ଉପସଭାପତି ଡ. ଶୈଳେନ୍ଦ୍ର କୁମାର ତାମୋଟିଆଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ପଣ୍ଡିତ ମାତୃପ୍ରସାଦ ମିଶ୍ର, ଉଦୟନାଥ ସାହୁ, ଉଦୟନାଥ ଶାନ୍ତି, ଭାବଗ୍ରାହୀ ଶାନ୍ତି, ଜୟପ୍ରକାଶ ମିଶ୍ର, ଗୀତାଞ୍ଜଳି ପଣ୍ଡା, ସୁମନ ଦାସ ଅଛନ୍ତି। ପ୍ରଶାନ୍ତ କୁମାର ସାହୁ, ଇନ୍ଦିରା ମିଶ୍ର ଓ ଅନ୍ୟ କର୍ମକର୍ତାବୃନ୍ଦ ଉପସ୍ଥିତ ରହି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର