ନାଇଜର୍‌ରେ ନାମ ଲେଖା ଲାଗି ଜୁନ୍‌ ୨ରେ ନେଷ୍ଟ-୨୦୧୮

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ(ନାଇଜର୍‌)ରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଏମ୍‌.ଏସ୍‌ସି ପାଠ୍ୟକ୍ରମରେ ନାମଲେଖା ଲାଗି ଜୁନ୍‌ ୨ରେ ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ(ନେଷ୍ଟ)-୨୦୧୮ ଅନୁଷ୍ଠିତ ହେବ। ଏଥିସହ ମୁମ୍ବାଇ ବିଶ୍ୱବିଦ୍ୟାଳୟର ଆଟୋମିକ୍‌ ଏନର୍ଜି ସେଣ୍ଟର ଫର ଏକ୍ସଲେନ୍ସ ଇନ୍‌ ବେସିକ୍‌ ସାଇନ୍ସରେ ପଢ଼ିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀ ମଧ୍ୟ ଏହି ପରୀକ୍ଷା ଦେଇପାରିବେ। ନେଷ୍ଟ-୨୦୧୮ ଲାଗି ଛାତ୍ରଛାତ୍ରୀ ଜାନୁଆରି ୧ରୁ ମାର୍ଚ୍ଚ ୫ ତାରିଖ ମଧ୍ୟରେ ‘www.nestexam.in’ରେ ଆବେଦନ କରିପାରିବେ। ଜୁନ୍‌ ୨ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନାଇଜରରେ ଜୀବବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ପଦାର୍ଥ ବିଜ୍ଞାନ ବିଷୟରେ ୫ ବର୍ଷିଆ ଇଣ୍ଟ୍ରିଗ୍ରେଟେଡ୍‌ ଏମ୍‌.ଏସ୍‌ସି ପଢ଼ିପାରିବେ ଛାତ୍ରଛାତ୍ରୀ।

ସମ୍ବନ୍ଧିତ ଖବର