ଭୁବନେଶ୍ୱର: ଭାରତ ବର୍ଷର ମହାନାୟକ, ସ୍ୱାଧୀନତା ସଂଗ୍ରାମର ଅନନ୍ୟ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ନେତାଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରଓ୍ଵାର୍ଡ ବ୍ଲକ’ ନେତାଜୀଙ୍କ ପ୍ରଦର୍ଶିତ ‘ବିକଳ୍ପ ସରକାର’ ଗଠନ ପାଇଁ ଏହାର ପ୍ରତିବଦ୍ଧତାକୁ ଦୋହୋରାଇଛି। ଚାଷୀକୁଳ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି, ଶ୍ରମିକର ସୁରକ୍ଷା ବି ବିପନ୍ନ। ଭୁବନେଶ୍ୱରଠାରେ ନେତାଜୀ ଜୟନ୍ତୀ ପାଳନ ଅବସରରେ ଫରଓ୍ଵାର୍ଡ ବ୍ଲକର ସର୍ବଭାରତୀୟ ସାଧାରଣ ସମ୍ପାଦକ ଦେବବ୍ରତ ବିଶ୍ୱାସ ଏପରି ମତ ଦେଇଛନ୍ତି। ଏହି ଅବସରରେ ଏକ ଶୋଭାଯାତ୍ରା ଭୁବନେଶ୍ୱର ରେଳ ଷ୍ଟେସନଠାରୁ ବାହାରି ୟୁନିଟ୍-୬ସ୍ଥିିତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଶ୍ରୀ ବିଶ୍ୱାସ ନୂତନ କାର୍ଯ୍ୟଳୟକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସିପିଆଇ(ଏମ୍)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସିପିଆଇ (ଏମ୍.ଏଲ୍) ରାଜ୍ୟ ସଭାପତି ରବି ବେହେରା ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଫରଓ୍ଵାର୍ଡ ବ୍ଲକର ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଅପରାହ୍ନ ଅଧିବେଶନରେ ଫରଓ୍ଵାର୍ଡ ବ୍ଲକ ରାଜ୍ୟ କମିଟି ତରଫରୁ ଅନୁଷ୍ଠିତ ‘ବିକଳ୍ପ ପାଇଁ ସଂକଳ୍ପ’ କାର୍ଯ୍ୟକ୍ରମରେ ଫରଓ୍ଵାର୍ଡ ବ୍ଲକ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ରାଜ୍ୟ ସମ୍ପାଦକ ଜିତେନ୍ଦ୍ରିୟ ବେହେରା, ସୋମ୍ୟରଞ୍ଜନ ରାଉତ, ନମିତା ଦାସ, ଅନିରୁଦ୍ଧ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ନେତାଜୀ ସ୍ୱପ୍ନର ‘ବିକଳ୍ପ ସରକାର’ ଗଠନ ପାଇଁ ଫରଓ୍ଵାର୍ଡ ବ୍ଲକର ସଂକଳ୍ପ
/sambad/media/post_attachments/wp-content/uploads/2018/01/m31-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)